କନକ ବ୍ୟୁରୋ: ଭୁବନେଶ୍ୱରରେ ୨୩ ତାରିଖରୁ ଧର୍ମାନୁଷ୍ଠାନ ଖୋଲିବା ପାଇଁ ବିଏମସିକୁ ପ୍ରସ୍ତାବ ଦିଆଯାଇଛି । ଭର୍ଚୁଆଲ ବୈଠକରେ ଯୋଗଦେଇ ଥିବା ବିଭିନ୍ନ ଧର୍ମାନୁଷ୍ଠାନର କର୍ମକର୍ତା ଏହି ପ୍ରସ୍ତାବ ଦେଇଛନ୍ତି । ତେବେ କୋଭିଡ ସ୍ଥିତି ଓ ବୈଠକରେ ମିଳିଥିବା ମତାମତ ଆଧାରରେ ବିଏମସି ଆଭ୍ୟନ୍ତରୀଣ ବୈଠକରେ ଏନେଇ ନିଷ୍ପତି ହେବ ।

Advertisment

ବିଏମସି କମିଶନର ସଂଜୟ ସିଂଙ୍କ ଅଧ୍ୟକ୍ଷତାରେ ବିଏମସି ଅଂଚଳରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ବୈଠକ ବସିଥିଲା । ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତା ସମେତ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ର ଓ ବିଭିନ୍ନ ନିଯୋଗ କର୍ମକର୍ତା ଏହି ଭର୍ଚୁଆଲ ବୈଠକରେ ଯୋଗଦେଇଥିଲେ ।