ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବେଳେ ଦିଆଗଲା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ । ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବ

303

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବେଳେ ଦିଆଗଲା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ । ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବ । ମନ୍ଦିର ଭିଡକୁ କମ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ସୂଚନା । ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ ରହିଛି । ରାଜ୍ୟରେ ସମସ୍ତ ମନ୍ଦିର ବାବଦରେ ଖୁବଶୀଘ୍ର ନିଷ୍ପତ୍ତି ସମ୍ଭାବନା ରହିଛି ।

କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଆଜି ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲାରେ ସଂକ୍ରମଣ ବ୍ୟାପିଛି । ସେଥିପାଇଁ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କୁ ପଶ୍ଚିମ ଓଡିଶା ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡିଶାକୁ ତୁରନ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆମ୍ବୁଲାନ୍ସ ଓ ଅକ୍ସିଜେନ ବ୍ୟବସ୍ଥା କରିବାକୁ କୁହାଯାଇଛି ।

ସେହିପରି କରୋନା ସ୍ଥିତି ସମୀକ୍ଷା ପରେ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୧୦ ଦିନ କରୋନା କଟକଣା ସାରା ରାଜ୍ୟରେ କଡାକଡି ପାଳନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସ୍ୱତନ୍ତ୍ର ଡ୍ରାଇଭ କରିବାକୁ ଓଡିଶା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।