ଶ୍ରୀକ୍ଷେତ୍ରରେ ହାତୀ ଦ୍ୱାରା ରଥ ଟାଣିବାକୁ ସୁଦ୍ଧ ସୁଆର ନିଯୋଗର ପ୍ରସ୍ତାବ: ରଥ ଟାଣିବା ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଦେଲେ ୫୦ ସେବାୟତଙ୍କ ତାଲିକା

୬୦ ବର୍ଷରୁ ଅଧିକ ଓ ୧୮ ବର୍ଷରୁ କମ ବୟସର ସେବାୟତ ତାଲିକାରୁ ବାଦ୍

1,158

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ରଥଯାତ୍ରାରେ ହାତୀ ଦ୍ୱାରା ରଥ ଟାଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ସୁଦ୍ଧ ସୁଆର ନିଯୋଗ । ଏଥିସହ ମେସିନରେ ରଥଟାଣିବା ପ୍ରସ୍ତାବକୁ ବିରୋଧ କରିଛନ୍ତି । ସୁଦ୍ଧ ସୁଆର ନିଯୋଗ ପକ୍ଷରୁ ରଥଟାଣିବା ପାଇଁ ୫୦ଜଣ ସେବାୟତଙ୍କ ତାଲିକା ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଦେଇଛନ୍ତି । ତାଲିକାରୁ ୬୦ବର୍ଷରୁ ଅଧିକ ଓ ୧୮ବର୍ଷରୁ କମ ବୟସର ସେବାୟତଙ୍କୁ ବାଦ ଦିଆଯାଇଛି । ଏହା ପୂର୍ବରୁ ରଥଯାତ୍ରା ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ମେସିନ କିମ୍ବା ହାତୀ ଲଗାଇ ରଥ ଟାଣିପାର ବୋଲି ମତ ଦେଇଥିଲେ ।

ରଥଯାତ୍ରା ଆୟୋଜନ ବେଳେ ଗୁରୁତ୍ୱପୂର୍ଣ୍ଣ ହେଉଛି ରଥଟଣା । ବହୁ ସଂଖ୍ୟକ ବ୍ୟକ୍ତିଙ୍କୁ ରଥଟଣାରେ ନିୟୋଜନ କରିବା ବଦଳରେ ଏଥିରେ ମେସିନ କିମ୍ବା ହାତୀ ନିୟୋଜନ ଭଳି ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ସଂପର୍କରେ ସରକାର ବିଚାର କରନ୍ତୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରା ଆୟୋଜନ ସମ୍ପର୍କରେ ସରକାର, ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ । ସରକାରଙ୍କ କୋଭିଡ୍-୧୯ ନିୟମାବଳୀ ପାଳନ କରିବେ । ଏବଂ ରଥ ଟଣା ପ୍ରସଙ୍ଗକୁ ବି ଧ୍ୟାନଦେବେ ବୋଲି ରଥଯାତ୍ରା ସମ୍ପର୍କିତ ଆବେଦନର ଶୁଣାଣି କରି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।