ସୁନ୍ଦରଗଡରେ ଡବଲ ମର୍ଡର, ଜମିବାଡି ବିବାଦକୁ ନେଇ ବାପା-ମାଆଙ୍କୁ ଶିଳପୁଆରେ ଛେଚି ନିର୍ମମ ଭାବେ ହତ୍ୟା କଲା ପିଶାଚ ପୁଅ

126

କନକ ବ୍ୟୁରୋ : ସଂପତ୍ତି ଆଗରେ ତୁଚ୍ଛ ପଡିଲା ସଂପର୍କ । ଜମି ଭାଗବଂଟାକୁ ନେଇ ସୁନ୍ଦରଗଡ ବିଶିପୁର ଗାଁରେ ଡବଲ ମର୍ଡର । ନିଜ ବାପା, ମାଆଙ୍କୁ ହତ୍ୟା କଲା ପୁଅ । ପନିକିରେ ହାଣି, ଶିଳପୁଆରେ ଛେଚି ଅତି ନିର୍ମମ ଭାବେ ବାପା, ମାଆଙ୍କୁ ହତ୍ୟା କରିଛି ପୁଅ । ସାନ ଭାଇର ବାହାଘର ପାଇଁ ଜମି ବିକ୍ରି ପ୍ରସ୍ତାବକୁ ବିରୋଧ କରି ଏଭଳି ହିଂସ୍ର ପାଲଟି ଯାଇଛି ବଡଭାଇ । ମୃତକ ହେଲେ ୬୫ ବର୍ଷୀୟ ମନବୋଧ ସିଂ ଓ ତାଙ୍କ ପତ୍ନୀ ଲୀଳା ସିଂ ।

ସାନ ପୁଅର ବିବାହ ଭୋଜି ପାଇଁ ଟଙ୍କା ନଥିବାରୁ ଜମି ବିକିବାକୁ ବଡ ପୁଅକୁ ପ୍ରସ୍ତାବ ଦେଇଥିଲେ ମାଆ । ବାପା ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । କିନ୍ତୁ ଏହାକୁ ବିରୋଧ କରିଥିଲା ବଡ ପୁଅ । ବିବାଦ ଅଧିକ ବଢିଯିବାରୁ ଉତ୍ୟକ୍ତ ବଡପୁଅ ଜୟ, ପ୍ରଥମେ ବାପାଙ୍କୁ ପନିକିରେ ହାଣି ପକାଇଥିଲା । ମାଆ ବିରୋଧ କରିବାରୁ ତାଙ୍କୁ ମଧ୍ୟ ହାଣିଥିଲା । ତଥାପି ତାର ରାଗ ଶାନ୍ତ ନହେବାରୁ ଶିଳପୁଆ ଆଣି ଉଭୟଙ୍କ ମୁଣ୍ଡକୁ ଛେଚି ପକାଇଥିଲା । ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଜଣେ ପଡୋଶୀ ଜୟର ଏଭଳି ନର ସଂହାର ଦେଖି ଚିକ୍ରାର କରିବା ପରେ ଆକପାଖ ଲୋକ ଜମା ହୋଇଯାଇଥିଲେ । ତେଣୁ ଜୟ ସେଠାରୁ ଫେରାର ହୋଇଯାଇଥିଲା । ପରେ ବିଶ୍ରା ପୋଲିସ ଓ ସାଇଂଟିଫିକ ଟିମ ପହଂଚି ଛାନଭିନ କରିବା ସହ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଜୟକୁ ଗରିଫ କରି କୋର୍ଟ ଚାଲାଣ କରିଛି ବିଶ୍ରା ଥାନା ପୁଲିସ ।