କନକ ବ୍ୟୁରୋ : ପେଗମ୍ବର ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣିକୁ ନେଇ ପଶ୍ଚିମବଙ୍ଗରେ ବିରୋଧ ବଢିଚାଲିଛି । ଶୁକ୍ରବାର ନମାଜ ପରେ ଆରମ୍ଭ ହୋଇଥିବା ହିଂସା ବର୍ତ୍ତମାନ ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଗତ ୪ ଦିନ ଧରି ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ବଢିବାରେ ଲାଗିଛି । ନଦିଆ ଜିଲ୍ଲାରେ ରବିବାର ରେଳ ଷ୍ଟେସନରେ ପ୍ରଦର୍ଶନ ବେଳେ ହିଂସା ହୋଇଛି । ପ୍ରଦର୍ଶନକାରୀ ଲୋକାଲ ଟ୍ରେନରେ ନିଆଁ ଲଗାଇଦେଇଛନ୍ତି ।
ପୋଲିସର ସୂଚନା ଅନୁସାରେ ପ୍ରଦର୍ଶନକାରୀ ନଦିଆ ଜିଲ୍ଲାର ବେଥୁଆଡହରି ରେଳ ଷ୍ଟେସନରେ ଗୋଟିଏ ଲୋକାଲ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି । ଟ୍ରେନ ଉପରେ ଆକ୍ରମଣ ପରେ ବ୍ୟାପକ କ୍ଷତି ମଧ୍ୟ ଘଟାଇଛନ୍ତି । ଅନେକ ସଂଖ୍ୟାରେ ପ୍ରଦର୍ଶନକାରୀ ନଦିଆ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ । ଯେତେବେଳେ ସେମାନଙ୍କ ପିଛା କରାଯାଇଥିଲା ସେତେବେଳେ ରେଳ ଷ୍ଟେସନକୁ ପସିଥିଲେ । ଏହି ସମୟରେ ଯାଉଥିବା ଲୋକଲ ଟ୍ରେନ ଉପରେ ପଥର ମାଡ କରିବା ସହ ପରେ ନିଆଁ ଲଗାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/1655046166_nadia.jpg)