କନକ ବ୍ୟୁରୋ: ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ପୁରୀ ଜିଲ୍ଲା ଜାଗୁଳାଇ ପଦର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗାଁର ରମେଶ ବେହେରାଙ୍କ ତିନି ବଖରା ଘର ପୋଡି ଯାଇଛି । ଘରେ ଥିବା ସମସ୍ତ ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ପରିବାର ଲୋକେ ଘରେ ନଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିି ନିଆଁକୁ ଆୟତ୍ତ କରିଥିଲା । ଘରର ସମସ୍ତ ସାମଗ୍ରୀ ପୋଡି ହୋଇଯାଇଥିବାରୁ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ ।
ସେହିପରି ରାୟଗଡ଼ା ଗୁଡାରୀ ବ୍ଲକ ସୁକୁଡୁବାଜୁ ଗାଁରେ ଅଗ୍ନିକାଣ୍ଡ । ଜଳିଗଲା ୩ ବଖରା ଘର । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡରେ ଗାଁର ରମେଶ ମାମାଲକା ନାମକ ବ୍ୟକ୍ତିଙ୍କ ନଗଦ ଏକ ଲକ୍ଷ ଟଙ୍କା ସମେତ ଘରର ଆସବାବପତ୍ର ଓ ଅନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି । ଖବର ପାଇଁ ଗୁଡାରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/1111111111-1.jpg)