କମିସନରେଟ ପୋଲିସ ପକ୍ଷରୁ ପ୍ରପର୍ଟି ମେଳା । ଲୋକଙ୍କୁ ଫେରାଗଲା ୧୭୫ଟି ମୋବାଇଲ ଓ ୩ଟି ଗାଡ଼ି

72

କନକ ବ୍ୟୁରୋ: ୧୭୫ଟି ଚୋରା ମୋବାଇଲ ଏବଂ ୩ଟି ଗାଡ଼ି ଫେରାଇଲା କମିସନରେଟ ପୋଲିସ । ବିଭିନ୍ନ ଥାନାରେ ଜବତ ହୋଇଥିବା ଗାଡ଼ି ଓ ମୋବାଇଲକୁ ଉଦ୍ଧାର କରି ଲୋକ ମାନଙ୍କୁ ଫେରସ୍ତ କରାଯାଇଛି । ପ୍ରପର୍ଟି ରିଟର୍ଣ୍ଣ ମେଳା ଆୟୋଜନ କରି ଲୋକମାନଙ୍କୁ ଏସବୁ ସାମଗ୍ରୀ ଫେରାଇଛି ପୋଲିସ । କମିସନରେଟ ପୋଲିସର ପଦକ୍ଷେପକୁ ଲୋକମାନେ ପ୍ରଂଶସା କରିଥିବା ବେଳେ ଆଗକୁ ଏହା ଜାରି ରହିବ ବୋଲି କହିଛନ୍ତି ପୋଲିସ କମିସନର ସଞ୍ଜୀବ ପଣ୍ଡା ।