୧୩ ବର୍ଷ ସାନ ଡ୍ରାଇଭର ସହ ଫେରାର ହୋଇଗଲା କୋଟିପତିର ସ୍ତ୍ରୀ, ଟଙ୍କା ସରିଗଲା ପରେ ଘରକୁ ଫେରି କହିଲା ଏଭଳି କଥା

Advertisment
୧୩ ବର୍ଷ ସାନ ଡ୍ରାଇଭର ସହ ଫେରାର ହୋଇଗଲା କୋଟିପତିର ସ୍ତ୍ରୀ, ଟଙ୍କା ସରିଗଲା ପରେ ଘରକୁ ଫେରି କହିଲା ଏଭଳି କଥା

କନକ ବ୍ୟୁରୋ : ମଧ୍ୟ ପ୍ରଦେଶର ଇନ୍ଦୋର ଅଞ୍ଚଳରେ ଜଣେ କୋଟିପତିର ସ୍ତ୍ରୀ ନିଜ ବୟସରୁ ୧୩ ବର୍ଷ ସାନ ଡ୍ରାଇଭର ସହିତ କିଛିଦିନ ତଳେ ଫେରାର ହୋଇଯାଇଥିଲା । ଗଲାବେଳେ ସାଙ୍ଗରେ ୪୭ ଲକ୍ଷ ଟଙ୍କା ବି ନେଇଯାଇଥିଲା । ହେଲେ ସୋମବାର ମଧ୍ୟରାତ୍ରରେ ମହିଳା ଜଣଙ୍କ ଘରକୁ ଫେରିଛନ୍ତି । ସେ କେବଳ ଘରକୁ ଫେରିନାହାଁନ୍ତି ସ୍ଥାନୀୟ ଥାନାକୁ ଯାଇ ଯେଉଁ ବୟାନ ରେକର୍ଡ କରାଇଛନ୍ତି ତାହା ଆପଣଙ୍କୁ ବିବାହକୁ ନେଇ ପୁଣିଥରେ ଭାବିବାକୁ ବାଧ୍ୟ କରିବ ।

ମହିଳା ଜଣଙ୍କ ସ୍ଥାନୀୟ ଥାନାରେ କହିଛନ୍ତି କି ସେ ପୁଣିଥରେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହାଁନ୍ତି । ସେପଟେ ସ୍ୱାମୀ ଜଣଙ୍କ ବି ତାଙ୍କୁ ସାଥିରେ ରଖିବାକୁ ରାଜି ହୋଇଛନ୍ତି । ଏହି ମାମଲାରେ ପ୍ରଥମରୁ ପୋଲିସ ମହିଳାଙ୍କ ଠାରୁ ୩୪ ଲକ୍ଷ ଟଙ୍କା ଜବତ କରିଛନ୍ତି । ହେଲେ ମହିଳାଙ୍କ ପ୍ରେମିକ ଅଟୋ ଡ୍ରାଇଭର ଏବେ ବି ଫେରାର୍ ଅଛନ୍ତି ।

ଇନ୍ଦୋର ଖ୍ୱଜରାନା ଥାନାର ସିଏସପି ଜୟନ୍ତ ରାଠୋଡଙ୍କ କହିବା ମୁତାବକ ଅକ୍ଟୋବର ୧୩ ତାରିଖରେ ଖ୍ୱଜରନା ଅଞ୍ଚଳର ଜେଣ ଜମି ବ୍ୟବସାୟୀଙ୍କ ପତ୍ନୀ ନିଜ ଠାରୁ ୧୩ ବର୍ଷ ସାନ ଜଣେ ଅଟୋ ଡ୍ରାଇଭର ସହ ଘରୁ ୪୭ ଲକ୍ଷ ଟଙ୍କା ଧରି ଫେରାର ହୋଇଯାଇଥିଲେ । ଅଭିଯୁକ୍ତ ଅଟୋ ଡ୍ରାଇଭର ମହିଳା ଜଣଙ୍କ ନେଇଥିବା ଟଙ୍କାରୁ ୩୪ ଲକ୍ଷ ତାର ଦୁଇଜଣ ସାଂଗଙ୍କୁ ଦେଇଥିଲା । ଜମି ବ୍ୟବସାୟୀଙ୍କ ଠାରୁ ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ଖୋଳତାଡ କରି ଅଟୋ ଡ୍ରାଇଭରର ଦୁଇଜଣ ସାଂଗଙ୍କ ଠାରୁ ୩୪ ଲକ୍ଷ ଟଙ୍କା ଜବତ କରିଥିଲା । ମହିଳା ଓ ଅଟୋ ଡ୍ରାଇଭରକୁ ଗିରଫ୍ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ବି ବିଫଳ ହୋଇଥିଲା  । କିନ୍ତୁ ହଠାତ ଗତ ସୋମବାର ରାତିରେ ମହିଳା ଜଣଙ୍କ ଥାନାରେ ହାଜର ହୋଇଥିଲେ ।

ମହିଳା ଜଣଙ୍କ କହିଛନ୍ତି କି ତାଙ୍କ ସ୍ୱାମୀ ତାଙ୍କୁ ନିର୍ଜାତନା ଦେଉଥିବାରୁ ସେ ବାଧ୍ୟ ହୋଇ ଅଟୋ ଡ୍ରାଇଭର ସହ ପଳାଇ ଯାଇଥିଲେ । ହେଲେ ଏବେ ସେ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଥିବା କଥା ପୋଲିସ ଆଗରେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe