କନକ ବ୍ୟୁରୋ : ବାରିପଦା କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କ ଅବହେଳାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗତକାଲି ତତ୍ପର ହୋଇଥିଲା ଜିଲ୍ଲା ପ୍ରଶାସନ । ନିଜେ ଜିଲ୍ଲାପାଳ ଗତକାଲି ସନ୍ଧ୍ୟାରେ ପିପିଇ କିଟ ପିନ୍ଧି ମେଡିକାଲ ଭିତରକୁ ଯାଇ ଘଟଣାର ବାସ୍ତବତା ପରଖିଥିଲେ ।
Visited the Covid Hospital, Bankisole and reviewed the arrangements and treatment facilities. Also, interacted with the patients in the wards. Proper care and treatment is being provided to each and every patient in the hospital. @CMO_Odisha@SecyChiefpic.twitter.com/uakp48gxqp
— Collector Mayurbhanj (@DM_Mayurbhanj) May 31, 2021
ସ୍ଥିତି ଅନୁଧ୍ୟାନ କରିବା ପରେ ବାରିପଦା କୋଭିଡ ହସ୍ପିଟାଲ କ୍ଲିନଚିଟ୍ ଦେଇଛନ୍ତି ଜିଲ୍ଲାପାଳ । ହସ୍ପିଟାଲ ଭିତରେ କୌଣସି ଅସୁବିଧା ନାହିଁ । ସବୁ ପ୍ରକାର ସୁବିଧା ରୋଗୀଙ୍କୁ ଯୋଗାଇ ଦିଆଯାଉଛି । ଜିଲ୍ଲାପାଳଙ୍କ ଏହି ଟ୍ୱିଟ ପରେ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି । ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଥିଲା ତାହା କେଉଁଠୁ ଆସିଲା । ଭିଡିଓ ସତ ନା ସତ ଲୁଚାଉଛି ଜିଲ୍ଲା ପ୍ରଶାସନ । ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି ।