ପାରାଲିମ୍ପିକ୍ସରେ କମାଲ କଲେ ଓଡିଆ ପୁଅ, ବ୍ୟାଡମିଣ୍ଟନରେ ଜିତିଲେ ସୁନା

236

କନକ ବ୍ୟୁରୋ: ଟୋକିଓ ପାରାଲିମ୍ପିକ୍ସରେ ସାରା ଦେଶର ପାଇଁ ଗୌରବ ଆଣିଲେ ଓଡିଆ ପୁଅ ପ୍ରମୋଦ ଭଗତ । ପୁରୁଷ ବ୍ୟାଡମିଣ୍ଟନ ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ । ଏହି ମ୍ୟାଚରେ ବ୍ରିଟେନର ଡେନିଏଲ ବେଥେଲଙ୍କୁ ହରାଇ ଏହି ସଫଳତା ପାଇଛନ୍ତି ପ୍ରମୋଦ ଭଗତ ।

ଫାଇନାଲ ମ୍ୟାଚର ପ୍ରଥମ ସେଟରେ ୨୧-୧୪ରେ ବିଜୟୀ ହୋଇଥିଲେ । ସେହିପରି ଦ୍ୱିତୀୟ ସେଟରେ ୨୧-୧୭ରେ ଜିତି ସଫଳତା ଆଣିଛନ୍ତି । ସେମିଫାଇନାଲରେ ଜାପାନର ଫୁଜିହାରାଙ୍କୁ ହରାଇ ସିଙ୍ଗଲସ ଏସଏଲ-୩ ଫାଇନାଲରେ ପ୍ରବେଶ କରିଛନ୍ତି ଭଗତ । ଜାପାନର ଡାଇସୁକି ଫୁଜିହାରାଙ୍କୁ ୨୧-୧୧, ୨୧-୧୬ସେଟରେ ହରାଇଛନ୍ତି ଭଗତ ।

ପ୍ରଥମ ଥର ପାଇଁ ପାରା ଅଲିମ୍ପିକ୍ସରେ ଯୋଗଦେଇଥିବା ବେଳେ ଓଡ଼ିଶା ପାଇଁ ପାରା ଅଲିମ୍ପିକ୍ସରେ ପ୍ରଥମ ଖେଳାଳି ଭାବେ ସଫଳତା ଆଣିବେ ପ୍ରମୋଦ ଭଗତ । ୧୯୬୮ରୁ ଭାରତ ପାରା ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରୁଥିବା ବେଳେ ପ୍ରଥମ ମାର୍କଣ୍ଡ ରେଡ୍ଡି ପାରା ଅଲିମ୍ପିକ୍ସ ଖେଳିଥିଲେ । ଦ୍ୱିତୀୟ ହେଉଛନ୍ତି ପ୍ରମୋଦ ଭଗତ ।