ଆସନ୍ତା ୫ ବର୍ଷରେ ଓଡିଶା ପାଇଁ ଆସିବ ୧ ଲକ୍ଷ କୋଟିର ପ୍ରକଳ୍ପ । ବିଜୟ ସମ୍ବର୍ଦ୍ଧନା ଉତ୍ସବରେ ରେଳମନ୍ତ୍ରୀଙ୍କ ବଡ ବୟାନ ।

187

କନକ ବ୍ୟୁରୋ: ବିଜେପି ସମ୍ବର୍ଦ୍ଧନା ଉତ୍ସବରେ ରେଳମନ୍ତ୍ରୀଙ୍କ ବଡ ବୟାନ । ଆଗକୁ ଆସିବ ୧ ଲକ୍ଷ କୋଟିର ରେଳ ପ୍ରକଳ୍ପ । ଆଗରୁ ରାଜ୍ୟର ରେଳ ସ୍ୱପ୍ନକୁ ଗୁରୁତ୍ୱ ଦିଆଯାଉନଥିଲା । ହେଲେ ଗତ ୧୦ ବର୍ଷ ତଳେ ଓଡିଶାକୁ ମାତ୍ର ୮ଶହ କୋଟି ଟଙ୍କାର ଅନୁଦାନ ଦିଆଯାଉଥିଲା । ମୋଦୀଙ୍କ ସରକାର ସମୟରେ ରାଜ୍ୟକୁ ୩ ବର୍ଷ ହେଲା ପ୍ରତିବର୍ଷ ୧୦ ହଜାର କୋଟର ଅନୁଦାନ ମିଳୁଛି । ଆଗାମୀ ଦିନରେ ଓଡିଶା ପାଇଁ ଆସିବ ୧ ଲକ୍ଷ କୋଟିର ରେଳ ପ୍ରକଳ୍ପ । ଏବଂ ସେହି ପ୍ରକଳ୍ପ ଗୁଡିକ ୫ ବର୍ଷରେ ମଧ୍ୟରେ ପ୍ରକଳ୍ପ କାମ ହେବ । ଶ୍ରୀଲଙ୍କା ଠାରୁ ଓଡିଶାରେ ରେଳ ନେଟୱାର୍କ ଖୁବ୍ ଅଧିକ ରହିଛି । ୨୦୨୪-୨୫ ବର୍ଷରେ ରାଜ୍ୟକୁ ୧୦ ହଜାର ୫୩୬ କୋଟି ଟଙ୍କା ମିଳିଥିବା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ