କନକ ବ୍ୟୁରୋ : ଯାଜପୁର ବାରୁଣୀ ବୁଡ ଉପରେ ଲାଗିଲା ୧୪୪ ଧାରା । ଆଜି ପ୍ରସିଦ୍ଧ ବାରୁଣୀ ବୁଡ ରହିଛି । ଏହି ଅବସରରେ ଯାଜପୁର ଜିଲ୍ଲୀର ବୈତରଣୀ ନଦୀର ପବିତ୍ର ଦଶାଶ୍ୱମେଧ ଘାଟରେ ହଜାର ହଜାର ଲୋକଙ୍କ ଭିଡ ଲାଗିଥାନ୍ତା । ଲୋକେ ପବିତ୍ର ନଦୀରେ ବୁଡ ପକାଇ ଧାର୍ମିକ ନୀତି ପାଳନ କରିଥାନ୍ତେ ।
ତେବେ ଏହା ଉପରେ ଜାରି ହୋଇଛି କଟକଣା । ଘାଟ ଅଂଚଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରିଛି ଜିଲ୍ଲା ପ୍ରଶାସନ । ସକାଳେ ନିଜେ ଜିଲ୍ଲାପାଳ ଘାଟ ଅଂଚଳ ବୁଲି ସ୍ଥିତି ବୁଲି ଦେଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/144-4.jpg)