ଲାଭ ଦେଉଛି ଧଳା ଘୁଷୁରୀ ଚାଷ: ବାର୍ଷିକ ରୋଜଗାର ହେଉଛି ଲକ୍ଷାଧିକ ଟଙ୍କା

172

କନକ ବ୍ୟୁରୋ: ଧଳା ଘୁଷୁରୀ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି କଟକ ମାହାଙ୍ଗା ବ୍ଲକ ଉମର ଗାଁର ପ୍ରବୀର ମହାପାତ୍ର । ୨ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଫାର୍ମରେ ପାଖାପାଖି ୮୦୦ରୁ ଉଦ୍ଧ୍ୱର୍ ଛୋଟ ବଡ଼ ଘୁଷୁରୀ ଅଛନ୍ତି । ମାତ୍ର ୧୦୦ ଟି ଘୁଷୁରୀକୁ ନେଇ ଫାର୍ମ ଆରମ୍ଭ କରିଥିଲେ ପ୍ରବୀର । ବର୍ତମାନ ତାଙ୍କର ଏହି ବ୍ୟବସାୟ ବଢିବାକୁ ଲାଗିଛି । ସ୍ଥାନୀୟ ଅଂଚଳର ୩ଜଣ ଯୁବକଙ୍କୁ ଏହି କାମରେ ନିୟୋଜିତ କରିଛନ୍ତି ପ୍ରବୀର । ବିଶେଷକରି ଘୁଷୁରୀ ଗୁଡ଼ିକୁ ମାଂସ ପାଇଁ ଲୋକେ ବ୍ୟବହାର କରନ୍ତି । ରାଜ୍ୟ ବାହାରୁ ମଧ୍ୟ ଅନେକ ବ୍ୟବସାୟୀ ଏହି ଘୁଷୁରୀ କିଣିନେଉଛନ୍ତି ।

ମକା, ସୋୟା, ଚୁଡ଼ା ଭଳି ଖାଦ୍ୟ ଘୁଷୁରୀଙ୍କୁ ଖାଇବାକୁ ଦିଆଯାଇଥାଏ । ମାଂସ ପାଇଁ ଘୁଷୁରୀ ଗୁଡ଼ିକ ବଢିବାକୁ ୯ ମାସ ସମୟ ଲାଗିଥାଏ । ଆଖପାଖ ଅଂଚଳରେ ଘୁୁଷୁରୀ ଛୁଆ ବିକ୍ରି କରାଯାଉଥିବା ବେଳେ ମାଂସ ପାଇଁ ରାଜ୍ୟ ବାହାରକୁ ଧଳା ଘୁଷୁରୀ ପଠାଯାଇଥାଏ । ବର୍ଷକୁ ପାଖାପାଖି ୫ଲକ୍ଷରୁ ଅଧିକ ଟଙ୍କାର ରୋଜଗାର ଆଶା ରଖିଛନ୍ତି ଚାଷୀ ପ୍ରବୀର ମହାପାତ୍ର । ଶିକ୍ଷିତ ଯୁବକ ଯୁବତୀ ମାନେ ଚାକିରୀ ପଛରେ ପଡ଼ି ସମୟ ନଷ୍ଟ କରୁଛନ୍ତି । ପ୍ରବୀରଙ୍କ ଘୁଷୁରୀ ଚାଷ ଅନ୍ୟ ଯୁବପିଢିଙ୍କ ପାଇଁ ରୋଜଗାର କରିବାର ନୂଆ ଆହ୍ୱାନ ସୃଷ୍ଟି କରିଛି ।