ବାପାଙ୍କୁ ଅଧ୍ୟାପକ ପୁଅ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ପୁଅ ଅନିରୁଦ୍ଧଙ୍କ ଋଣ ସୁଝିବା ପାଇଁ ୪୦ଲକ୍ଷ ଟଙ୍କାରେ ଜମି ବିକିବାକୁ କରୁଥିଲେ ଡିଲ୍

761

କନକ ବ୍ୟୁରୋ : ରାଜଧାନୀରେ ପ୍ରଫେସର ପୁଅ ବାପାକୁ ଛୁରୀ ଭୁଷି ହତ୍ୟା କରିବା ଘଟଣାର ବଡ ଖୁଲାସା। ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ। ଘରର କେୟାର ଟେକର ଆଲୋକ ବେହେରା ଖୋଲିଲେ ବଡ ଘରର ଗୁମର କଥା। ଆଲୋକ ଆଜି କନକ ନ୍ୟୁଜକୁ ଗୋଟି ଗୋଟି କରି କହିଛନ୍ତି କାହିଁକି ନିର୍ଦ୍ଦୟ ସାଜିଲା ଅନିରୁଦ୍ଦ। ସାମାନ୍ୟ ୨୭ ଲକ୍ଷ ଟଙ୍କା ପାଇଁ ବାପାଙ୍କୁପ ହତଯା କରିଦେଲା । ହେଲେ କୁଳାଙ୍ଗାର ପୁଅ ବୁଝି ପାରଲାନି ବାପା ତା ପାଇଁ ୪୦ ଲକ୍ଷ ଟଙ୍କା ଯୋଗାଡ କରୁଛନ୍ତି ବୋଲି । ପୁଅର ଏହି ପର୍ସନାଲ ଲୋନ ବାବଦରେ ବାପା ଜାଣିବା ପରେ, ତାଙ୍କ ପୁରୀ ସ୍ଥିତ ଜମିକୁ ବିକ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏଥାପାଇଁ ୪ ଜଣ ଲୋକ ଜମି କିଣିବା ପାଇଁ ଆଗ୍ରହୀ ଥିଲେ ହେଲେ ୪୦ ଲକ୍ଷର ଜମିକି ୩୨ ଲକ୍ଷ କହିବାରୁ ଆଗ ପଛ ହେଉଥିଲେ ମୃତ ସୁନୀଲ। କିନ୍ତୁ ପୁଅର କଷ୍ଟ ସେ ଦେଖି ପାରୁ ନଥିଲେ, ତେଣୁ ଆସନ୍ତା ୧୦ ଦିନ ଭିତରେ ଜମିକୁ ବିକି ପୁଅକୁ ଟଙ୍କା ଦେଇଥାନ୍ତେ । ଶୁଣନ୍ତୁ ସୁନିଲଙ୍କ କାହାଣୀ କେୟାର ଟେକରଙ୍କ ମୁହଁରୁ।

ସେପଟେ ଅଭିଯୁକ୍ତ ଅନିରୁଦ୍ଧ ଚୌଧୁରୀଙ୍କୁ କୋର୍ଟେ ଚାଲାଣ କରାଯାଇଛି । ପୁଲିସ ହେପାଜତରେ ଗୋଟି ଗୋଟିକରି ବଖାଣିଛି ହତ୍ୟାକାଣ୍ଡର କାହାଣୀ । ବିଦେଶରେ ଡିଗ୍ରୀ କରି ଆସିବା ପରେ କୌଣସି କାରଣରୁ ସାର୍ଟିଫିକେଟ ଅଟକି ଯାଇଥିଲା, ଯେଉଁଥିପାଇଁ ତାଙ୍କୁ ୨୭ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା । ଏକ କଲେଜରେ ସେ ପ୍ରଫେସର ଥିଲେ । କିନ୍ତୁ ଡିଗ୍ରୀ ସାର୍ଟିଫିକେଟ ଜମାକରିପାରୁନଥିଲେ । ଆଉ ଏଥିପାଇଁ ଅନିରୁଦ୍ଧଙ୍କୁ କଲେଜରୁ ଚାପ ବି ପଡୁଥିଲା । ସେହି ରାଗରେ ବାପା ଟଙ୍କା ନ ଦେବାରୁ ତାଙ୍କୁ ହତ୍ୟା କରିଥିବା କହିଛି ଜହ୍ଲାଦ ପୁଅ ।