କିସ ଦିଅ ମାର୍କ ନିଅ : ପରୀକ୍ଷାରେ ଅଧିକ ନମ୍ବର ଦେବା ବଦଳରେ ପ୍ରଫେସର ମାଗିଲେ କିସ

ଶିକ୍ଷା ବ୍ୟବସ୍ଥାର କରୁଣ ସ୍ଥିତି !  ପିଲାଙ୍କୁ ପାଠ ପଢାଇବା ଲାଗି ନାହାନ୍ତି ଶିକ୍ଷକ, ହୋମଗାର୍ଡଙ୍କ ହାତରେ ପିଲାଙ୍କ ଭବିଷ୍ୟତ

source : India Today

କନକ ବ୍ୟୁରୋ : ମୁମ୍ବାଇର ଘାଟକୋପର ଅଞ୍ଚଳରେ ଅବସ୍ଥିତ ଏକ ଜୁନିଅର କଲେଜର ପ୍ରଫେସର ଛାତ୍ରୀଙ୍କୁ ପରୀକ୍ଷାରେ ଅଧିକ ନମ୍ବର ଦେବା ବଦଳରେ କିସ ମାଗିଲେ । ସୁଚନା ଅନୁସାରେ ବାଣିଜ୍ୟ ବିଭାଗରେ ପଢୁଥିବା ୧୭ ବର୍ଷୀୟା ଛାତ୍ରୀଙ୍କ ପରୀକ୍ଷାରେ କମ ନମ୍ବର ଆସିଥିବାରୁ ସେ ୩୫ ବର୍ଷୀୟ ପ୍ରଫେସରଙ୍କ ପାଖକୁ ଏହା ବିଷୟରେ ପଚାରିବା ପାଇଁ ଯାଇଥିଲେ । କିନ୍ତୁ ଜୈନିକ ପ୍ରଫେସର ନମ୍ବର ବଢାଇବା ବଦଳରେ ଛାତ୍ରୀଙ୍କ ଠାରୁ କିସ ମାଗିଥିଲେ ।

publive-image

ଉକ୍ତ ଘଟଣା ପରେ ଛାତ୍ରୀ ଜଣକ ଡିପ୍ରେସନରେ ଆସି ଯାଇଥିଲେ । ଘରେ ସବୁବେଳେ ଚୁପଚାପ ରହିବା,କାହା ସହ କଥାବାର୍ତ୍ତା ନକରିବା ଭଳି ପରିସ୍ଥିତି ଉପୁଜିଥିଲା । ପରିବାର ଲୋକ ଝିଅର ଏଭଳି ବ୍ୟବହାରର କାରଣ ପଚାରିବାରୁ ଛାତ୍ରୀ ଜଣକ ବହୁ କଷ୍ଟରେ ନିଜ ଦୁଃଖ ଜଣାଇଥିଲେ । ସତ ଜାଣିବା ପରେ ପରିବାର ସଦସ୍ୟ ଉକ୍ତ ପ୍ରଫେସରଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ଏତଲା ଦେବାର କିଛି ସମୟ ପରେ ପ୍ରଫେସରଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଛି ଓ ତାଙ୍କ ବିରୋଧରେ ଆଇପିସି ଓ ପୋସ୍କୋ ଆକ୍ଟର ଭିନ୍ନ ଭିନ୍ନ ଧାରା ଅଧିନରେ ମାମଲା ରୁଜୁ କରାଯାଇଛି । ଏହି ମାମଲାର ଯାଂଚ ପାଇଁ ଏକ ଟିମ ମଧ୍ୟ ଗଠିତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe