ପରଲୋକରେ ପଦ୍ମଲୋଚନ । ୮୪ ବର୍ଷ ବୟସରେ ଆଖି ବୁଜିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ପଦ୍ମଲୋଚନ ନାୟକ ।

1,093

କନକ ବ୍ୟୁରୋ : ପରଲୋକରେ ପଦ୍ମଲୋଚନ । ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପକ ଡଃ ପଦ୍ମଲୋଚନ ନାୟକଙ୍କର ପରଲୋକ । ୮୪ ବର୍ଷ ବୟସରେ ଆଜି ଚାଉଳିଆଗଞ୍ଜ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପଦ୍ମଲୋଚନ । ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଦିବଙ୍ଗତ ପ୍ରଫେସର ପଦ୍ମଲୋଚନ ପଲିମ୍ୟୁର ରସାୟନରେ ବିଶିଷ୍ଟ ବୈଜ୍ଞାନିକ ଥିଲେ । ଏପରିକି ସେ ରସାୟନ ବିଭାଗର ମୁଖ୍ୟ ମଧ୍ୟ ରହିଥିଲେ । ଚାକିରିରୁ ଅବସର ପରେ ଅନେକ ସାମାଜିକ କାର୍ଯ୍ୟରେ ନିଜକୁ ସମର୍ପିତ କରିଥିଲେ ପଦ୍ମଲୋଚନ । ଜଣେ ପରୋପକାରୀ ମଣିଷ ଭାବେ ଜଣାଶୁଣା ପ୍ରଫେସର ପଦ୍ମଲୋଚନ ନାୟକଙ୍କ ବିୟୋଗରେ ଅଞ୍ଚଳବାସୀ ଶୋକବ୍ୟକ୍ତ କରିଛନ୍ତି । ଅନେକ ବିଶିଷ୍ଟ ବ୍ୟକ୍ତି ବାସଭବନରେ ପହଞ୍ଚି ପ୍ରଫେସରଙ୍କ ଶେଷ ଦର୍ଶନ କରିଛନ୍ତି ।