କନକ ବ୍ୟୁରୋ: ଭାରତରେ କ୍ରିକେଟରେ କ୍ରେଜ କେତେ ତାହା କହିବାର ଆବଶ୍ୟକତା ପଡେନାହିଁ । ମ୍ୟାଚ୍ ଦେଖିବା ସହ ସବୁ ଇଣ୍ଡିଆନ୍ ଖେଳାଳିଙ୍କ ବାବଦରେ ଜାଣିବାକୁ ବି ଲୋକଙ୍କ ଭିତରେ ନାହିଁନଥିବା ଉତ୍ସାହ ଭରିରହିଥାଏ, ବିଶେଷ କରି ସେମାନଙ୍କ ପର୍ସନାଲ ଲାଇଫ୍୍ ବାବଦରେ । ଆଉ କଥା ଯଦି ସେମାନଙ୍କ ଗାର୍ଲଫ୍ରେଣ୍ଡ କିମ୍ବା ପତ୍ନୀଙ୍କ ବାବଦରେ ଆସିଲା ତାହେଲେ ତ କଥା ପୁରାପୁରି ଅଲଗା । ତେଣୁ ଆଜି ନଜର ପାକଇବା ଷ୍ଟାର କ୍ରିକେଟରଙ୍କ ଜୀବନସାଥୀ ହେବା ପୂର୍ବରୁ କ’ଣ କରୁଥିଲେ ଏମାନଙ୍କ ପତ୍ନୀ ।

Advertisment

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂଙ୍କ ପତ୍ନୀ ସାକ୍ଷୀ ରାୱତ । ଷ୍ଟାଡିୟମରେ ଅନେକ ସମୟରେ ଧୋନୀଙ୍କ ପାଇଁ ଚିଅରଅପ୍ କରୁଥିବା ସମୟରେ ଦେଖିବାକୁ ମିଳନ୍ତି ସାକ୍ଷୀ । ଧୋନୀଙ୍କ ସହ ବିବାହ କରିବା ର୍ପୂବରୁ ସାକ୍ଷୀ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ ସାରି କୋଲକାତା ତାଜ୍ ବେଙ୍ଗଲରେ ଟ୍ରେନି ଭାବେ କାର୍ଯ୍ୟ କରୁଥିଲେ । ଏହିଠାରେ ତାଙ୍କର ଭେଟ ଧୋନୀଙ୍କ ସହ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠି ୨୦୧୦ ରେ ଏହା ବିବାହରେ ପରିଣତ ହୋଇଥିଲା ।

ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସାଜେଦ୍ । ରିତିକା ନିଜେ ଜଣେ ସ୍ପୋର୍ଟସ୍ ମ୍ୟାନେଜର । ରୋହିତଙ୍କ ସହ ବିବାହ ପୂର୍ବରୁ ସେ କର୍ଣ୍ଣରଷ୍ଟୋନ୍ ସ୍ପୋର୍ଟସ୍ ଆଣ୍ଡ୍ ଏଣ୍ଟରନେଟନମେଣ୍ଟ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଖେଳାଳିଙ୍କ ବ୍ରାଣ୍ଡ ପ୍ରମୋସନ୍ କରିବା ଦାୟିତ୍ୱରେ ଥିଲେ ରିତିକା । ଏକ ବିଜ୍ଞାପନ ସୁଟିଂ ବେଳେ ତାଙ୍କର ଭେଟ ରୋହିତଙ୍କ ସହ ହୋଇଥିଲା । ଏହି ଭେଟ ୨୦୧୫ରେ ବିବାହରେ ପରିଣତ ହୋଇଥିଲା ।

ଦୀନେଶ କାର୍ତ୍ତିକଙ୍କ ପତ୍ନୀ ଦିପୀକା ପାଲିକାଲ । ଜଣେ ସ୍କ୍ୱାସ୍ ପ୍ଳେୟାର । ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ ପିଏସଏ ଓମେନ୍ସ ଟପ୍ ୧୦ ରାଙ୍କିଙ୍ଗରେ ସ୍ଥାନ ପାଇଥିଲେ । ୨୦୧୪ କମନୱେଲ୍ଥ ଗେମ୍ରେ ଦୀପିକ।। ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ । ଅର୍ଜୁନ ପୁରସ୍କାର ପାଇବାରେ ଦୀପିକା ପ୍ରଥମ ସ୍କ୍ୱାସ୍ ଖେଳାଳି । ଏହାପରେ ସେ ୨୦୧୪ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

କ୍ରିକେଟର ଯଶପ୍ରୀତ୍ ବୁମରାହଙ୍କ ପତ୍ନୀ ସଞ୍ଜନା ଗଣେଶନ୍ । ସଞ୍ଜନା ଜଣେ ସ୍ପୋର୍ଟସ୍ ଉପସ୍ଥାପିକା ଏବଂ ଟିଭି ହଷ୍ଟ ମଧ୍ୟ । ଏହା ପୂର୍ବରୁ ମଡେଲିଙ୍ଗ କ୍ଷେତ୍ରରେ ମଧ୍ୟ ସେ ବେଶ୍ ସଫଳ ।
ରବିନ୍ ଉଥାପ୍ପାଙ୍କ ପତ୍ନୀ ଶୀତଲ ଗୌତମ୍ ବିବାହ ପୂର୍ବରୁ ଜଣେ ଟେନିସ୍ ଖେଳାଳି ଭାବେ ପରିଚୟ ସୃଷ୍ଟି କରିଥିଲେ । ମାତ୍ର ୯ ବର୍ଷ ବୟସରୁ ଟେନିସ୍ ଖେଳିବା ଆରମ୍ଭ କରିଥିବା ଶୀତଲ ଅନେକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି ।

ହରଭଜନ ସିଂହଙ୍କ ପତ୍ନୀ ଗୀତା ବାସରା ଜଣେ ବ୍ରିଟିଶ୍ ବଂଶୋଦ୍ଭବ ଅଭିନେତ୍ରୀ । କିଶୋର ନମିତ କପୁର ଆକ୍ଟିଙ୍ଗ ଇନଷ୍ଟିଚ୍ୟୁଟ୍ରେ ପଢିବା ପରେ ଅନେକ ବଲିଉଡ୍ ମୁଭିରେ ନିଜ କାରିଅର ଆରମ୍ଭ କରିଥିଲେ । ବଲିିଉଡରେ ପ୍ରଥମେ ଇମ୍ରାନ୍ ହାସମିଙ୍କ ଅଭିନୀତ ‘ଦିଲ ଦିୟା ହୈ’ ମୁଭିରେ ଡେବ୍ୟୁ କରିଥିଲେ । ଏହାସହ ଟ୍ରେନ୍, ଜିଲ୍ଲା ଗାଜିଆବାଦ୍, ସେକେଣ୍ଡ ହ୍ୟାଣ୍ଡ ହଜବ୍ୟାଣ୍ଡ ପରି ମୁଭିରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ଗୀତା ।

ସୁରେଶ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ଜଣେ ଆଇଟି ପ୍ରଫେସନାଲ ଥିଲେ । ବିବାହ ପୂର୍ବରୁ ଆର୍ମଷ୍ଟରଡମ୍ରେ ଆଇଟି ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଥିଲେ । ଏହାସହ ସେ ‘ଗ୍ରାସିଆ ରାଇନା ଫାଉଣ୍ଡେସନ୍’ ଚଳାଉଥିଲେ । ରେଡ୍ ଏଫଏମରେ ‘ଦ ପ୍ରିୟଙ୍କା ରାଇନା ସୋ’ର ଦାୟିତ୍ୱରେ ମଧ୍ୟ ଥିଲେ ।

ଇରଫାନ୍ ପଠାନଙ୍କ ପତ୍ନୀ ସାଫା ବାଗ୍ ବିବାହ ପୂର୍ବରୁ ମଡେଲିଙ୍ଗ କରୁଥିଲେ । ଏହାସହ ସାଫ ଜଣେ ସାମ୍ବାଦିକା ମଧ୍ୟ ।
ଜାହିର ଖାନଙ୍କ ପତ୍ନୀ ସାଗରିକା ଘଟକେ ବିବାହ ପୂର୍ବରୁ ଜଣେ ମଡେଲ ଥିଲେ । ଏହାସହ ଜଣେ ଜାତୀୟ ସ୍ତରୀୟ ହକି ଖେଳାଳି ମଧ୍ୟ ଥିଲେ ସାଗରିକା । ଫିଲ୍ମ ‘ଚକ୍ ଦେ ଇଣ୍ଡିଆ’ରେ ତାଙ୍କ

ଅଭିନୟ ବେଶ୍ ଗ୍ରହଣୀୟ ଥିଲା । ତାଙ୍କୁ ଅନେକ ମାଗାଜିନର ଫ୍ରଣ୍ଟ ପେଜରେ ମଧ୍ୟ ଦେଖିବାକୁ ମିଳେ ।
ଯୁବରାଜଙ୍କ ପତ୍ନୀ ହାଜେଲ କିଚ୍ ମଧ୍ୟ ବିବାହ ପୂର୍ବରୁ ମଡେଲିଙ୍ଗ କରୁଥିଲେ । ଏକାଧିକ କମ୍ପାନୀ ପାଇଁ ବିଜ୍ଞାପନରେ କାମ କରିଛନ୍ତି ହାଜେଲ । ବଲିଉଡ ମୁଭି ‘ବଡିଗାର୍ଡରେ ମଧ୍ୟ ସେ ଅଭିନୟ କରିଛନ୍ତି ।

ହେଲେ ବିବାହ ପରେ ଏହି ଷ୍ଟାର କ୍ରିକେଟରଙ୍କ ଧର୍ମପତ୍ନୀଙ୍କ ମଧ୍ୟରେ ଅନେକ ନିଜ ବୈବାହିକ ଜୀବନରେ ଖୁସି ପାଇଁ ନିଜ ପ୍ରଫେସନରୁ ବିରତି ନେଇଥିବାର ଦେଖାଯାଇଛି ।