ଏସସିବି ମେଡିକାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ । ବ୍ରେନ ଷ୍ଟ୍ରୋକରେ ଭୁବନାନନ୍ଦ ମହାରଣାଙ୍କ ମୃତ୍ୟୁ ।

318

କନକ ବ୍ୟୁରୋ: ଏସସିବି ମେଡିକାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ । ବ୍ରେନ ଷ୍ଟ୍ରୋକରେ ଭୁବନାନନ୍ଦ ମହାରଣାଙ୍କ ମୃତ୍ୟୁ ହୋଇଛି । ଏସସିବି ମେଡିକାଲର ନ୍ୟୁରୋସର୍ଜରୀ ବିଭାଗରେ କିଛି ଦିନ ହେବ ସେ ଚିକିତ୍ସାଧିନ ଥିଲେ । ଆଜି କଟକରେ ତାଙ୍କର ଅନ୍ତିମ ସଂସ୍କାର ହେବ । କିଛି ଦିନ ତଳେ ସେ ୨ ଥର ମସ୍ତିସ୍କ ଆଘାତର ଶିକାର ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ୨୦ ତାରିଖରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ନ୍ୟୁରୋସର୍ଜରୀ ବିଭାଗରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଅନ୍ତିମ ମୂହୂର୍ତ୍ତରେ ତାଙ୍କ ପାଖରେ ପରିବାର ଲୋକ ଉପସ୍ଥିତ ରହିଥିଲେ ।

ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଏସସିବିରେ ଡାକ୍ତରୀ ଶିକ୍ଷା ଗ୍ରହଣ ସହ କାଜୁଆଲଟି ମେଡିକାଲ ଅଫିସର ଭାବେ ସେ କାମ କରୁଥିଲେ । ଅବସର ପରେ ତାଙ୍କୁ ଏସସିବିର ଜରୁରୀକାଳୀନ ଅଧିକାରୀ ଭାବେ ପୁନଃ ନିଯୁକ୍ତି ପାଇଥିଲେ ।