୨୦୨୩ରେ ପାକିସ୍ତାନ ଖଣ୍ଡ ଖଣ୍ଡ! ପ୍ରଫେସର ମୁକ୍ତଦର ଖାନ କାହିଁକି କହିଲେ ଏମିତି ପଢନ୍ତୁ …

454

କନକ ବ୍ୟୁରୋ: ପ୍ରତ୍ୟେକ କ୍ଷେତ୍ରରେ ପଛୁଆ ହେଉଥିବା ପାକିସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ବିଦେଶୀ ସହଯୋଗ ପରେ ମଧ୍ୟ ଲାଗୁନାହିଁ ଯେ ପାକିସ୍ତାନର ଆର୍ଥିକ ସ୍ଥିତି ସୁଧୁରିବାର ଆଶା ଦେଖାଯାଉନାହିଁ । ଦରଦାମ ବୃଦ୍ଧି, ବେରୋଜଗାରୀ, ଦୁର୍ନୀତିରେ ପ୍ରପିଡୀତ ଲୋକେ ସରକାର ବିରୋଧରେ ବିରୋଧ ଆରମ୍ଭ କରିଦେଇଛନ୍ତି । ପାକିସ୍ତାନ ଅଧିକୃତ କାଶ୍ମୀରରେ କିଛି ଜଣ ଭାରତର ଲଦ୍ଦାଖରେ ସାମିଲ ହେବା ପାଇଁ ଅନେକ ଦିନରୁ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି । ଏହି ସବୁ ଘଟଣାକ୍ରମକୁ ଦେଖିବା ପରେ ଅନେକ ବିଶେଷଜ୍ଞ ଏହା ମାନୁଛନ୍ତି ଯେ ପାକିସ୍ତାନର ସ୍ଥିତିରେ କୌଣସି ପରିବର୍ତ୍ତନ ଆସିବାର ନାହିଁ । ଯଦି ଏଭଳି ସ୍ଥିତି ସୃଷ୍ଟି ହୁଏ ତେବେ ଖଣ୍ଡ ଖଣ୍ଡ ହୋଇଯିବ ପାକିସ୍ତାନ ।

ଆମେରିକାର ଡେଲାବେୟର ବିଶ୍ୱବିଦ୍ୟାଳୟର ଇସଲାମିକ ଷ୍ଟଡିଜ୍ ପ୍ରୋଗାମର ନିର୍ଦ୍ଦେଶକ ପ୍ରଫେସର ମୁକ୍ତଦର କହିଛନ୍ତି, ପାକିସ୍ତାନ ଉପରେ ୬ଟି ସଙ୍କଟ ଘେରା ମାରୁଛନ୍ତି । ଆଉ ଏହି ୬ଟି ସଙ୍କଟ ଦେଶକୁ ଖଣ୍ଡ ଖଣ୍ଡ କରିଦେବେ । ପାକିସ୍ତାନ ବର୍ତ୍ତମାନ ସଙ୍କଟ ଦେଇ ଗତିକରୁଛନ୍ତି । ଭାରତ ଯଦି ଚାହେଁ ତେବେ ଯୁଦ୍ଧ କରି ପିଓକେ ଏବଂ ଅନ୍ୟ ଅଞ୍ଚଳକୁ ନିଜ ସହ ମିଶାଇ ଦେଇପାରିବ ।

ପ୍ରଫେସର ସେୟାର କରିଥିବା ଗୋଟିଏ ଭିଡିଓରେ କହିଛନ୍ତି ଯେ, ୬ଟି ସଙ୍କଟ ପାକିସ୍ତାନକୁ ଖଣ୍ଡ ଖଣ୍ଡ କରିଦେବ । ଆଉ ଏହି ସଙ୍କଟ ଗୁଡିକ ହେଉଛି, ରାଜନୈତିକ ସଙ୍କଟ, ଆର୍ଥିକ ସଙ୍କଟ, ସୁରକ୍ଷା ସଙ୍କଟ, ସିଷ୍ଟମରେ ସଙ୍କଟ, ପରିଚୟର ସଙ୍କଟ, ପରିବେଶର ସଙ୍କଟ । ୨୦୨୩ରେ ଏହି ସବୁ ସଙ୍କଟ ପାକିସ୍ତାନକୁ ଖଣ୍ଡ ଖଣ୍ଡ କରିଦେବ । କେବଳ ଏତିକି ନୁହେଁ ବିଭିନ୍ନ ସରକାରୀ ସଂସ୍ଥାନର ମଧ୍ୟ କାମ କରିପାରିବେ ନାହିଁ । ଆଉ ଏଭଳି ସ୍ଥିତିରେ ହଜାର ହଜାର ସଂଖ୍ୟାରେ ଶରଣାର୍ଥୀ ସାରା ବିଶ୍ୱକୁ ବ୍ୟାପିଯିବେ । ବିଶେଷ କରି ଭାରତ ପ୍ରତି ଏହି ସମସ୍ୟା ବଡ ଚିନ୍ତା ସୃଷ୍ଟି କରିବ ।

ରାଜନୈତିକ ସଙ୍କଟ
ରାଜନୈତିକ ସଙ୍କଟକୁ ନେଇ ପ୍ରଫେସର କହିଛନ୍ତି, ଇମରାନ ଖାନଙ୍କୁ ସତ୍ତାରୁ ହଟାଇବା ପରେ ପାକିସ୍ତାନରେ ରାଜନୈତିକ ସଙ୍କଟ ଦେଖାଦେଇଥିଲା । ଇମରାନ କେତେବେଳେ ପ୍ରଦର୍ଶନ କରୁଛନ୍ତି ତ କେତେବେଳେ ସରକାର ବିରୋଧରେ ଭାଷଣ ଦେଉଛନ୍ତି । ଏଭଳି ସ୍ଥିତିରେ ରାଜନୈତିକ ସଙ୍କଟ କାରଣରୁ ସରକାରକୁ ଠିକରେ ଚଳାଯାଇପାରୁନାହିଁ । ସରକାର କାମ କରିବା ସମ୍ଭବ ପର ହେଉନାହିଁ । ସ୍ଥାନୀୟ ସରକାର ଅଧାରୁ ଅଧିକ ସମୟ ଇମାରନଙ୍କ ସହ ରାଜନୈତିକ ଖେଳ ଖେଳିବାରେ ବ୍ୟସ୍ତ ରହୁଛନ୍ତି ।

ଆର୍ଥିକ ସଙ୍କଟ
ଆର୍ଥିକ ସଙ୍କଟ କଥା ଯଦି ଦେଖିବା ତେବେ ବର୍ତ୍ତମାନ ପାକିସ୍ତାନରେ ଚିନ୍ତା ବଢାଇଛି ଦରଦାମ ବୃଦ୍ଧି । ଏଠାରେ ବିକାଶ ଦର ବହୁତ କମ ରହିଛି । ଆମଦାନୀ କମିଥିବା କାରଣରୁ ଆର୍ଥିକ ସଙ୍କଟ ଦେଖାଦେଇଛି । ସବୁଠାରୁ ବଡ ଚିନ୍ତାର ବିଷୟ ଏହା ଯେ ଯଦି କୌଣସି ଜିନିଷର ଆବଶ୍ୟକତା ପଡେ ତେବେ ବିଦେଶରୁ ଏହାକୁ କିଣିବା ପାଇଁ ପାଖରେ ସେହି ପରିମାଣର ବିଦେଶୀ ମୁଦ୍ରା ନାହିଁ । ଯଦି ପାକିସ୍ତାନ ଡିଫଲ୍ଟ ହୋଇଯାଏ ତେବେ ଦେଶର କ୍ରେଡିଟ ରାଙ୍କିଂ ନଷ୍ଟ ହୋଇଯିବ । ଆଉ କୌଣସିଠାରୁ ତାଙ୍କୁ ଋଣ ମିଳିପାରିବ ନାହିଁ । ଏହି ସ୍ଥିତିରୁ ମୁକୁଳିବାକୁ ୧୦ରୁ ୨୦ ବର୍ଷର ସମୟ ଲାଗିବାର ସଙ୍କଟ ମଧ୍ୟ ଦେଖାଦେଇଛି ।

ସୁରକ୍ଷାର ସଙ୍କଟ
ପ୍ର୍ରଫେସର ମୁକ୍ତଦର ଖାନଙ୍କ ଅନୁସାରେ ପାକିସ୍ତାନର ସୁରକ୍ଷା ପ୍ରସଙ୍ଗ ବେସ ଗମ୍ଭୀର ରହିଛି । ଦେଶ ଦୁଇଟି ଯୁଦ୍ଧ ଏକା ସହ ଲଢୁଛି । ପ୍ରଥମ ଯୁଦ୍ଧ ଆଫଗାନିସ୍ତାନର ତାଲିବାନ ବିରୋଧରେ ଏବଂ ଅନ୍ୟଟି ତହରିକ-ଏ-ତାଲିବାନ ବିରୋଧରେ ନିଜ ଦେଶରେ । ଟିଟିପି ଦେଶରେ ଏକ ସମାନ୍ତରାଳ ସରକାର ମଧ୍ୟ ଘୋଷଣା କରିସାରିଛି । ଗୋଟିଏ ଦେଶରେ ବର୍ତ୍ତମାନ ଦୁଇଟି ସରକାର ଶାସନ କରୁଛନ୍ତି । ଯଦି ପାକିସ୍ତାନ ଟିଟିପି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଏ ତେବେ ସେମାନେ ଆଫଗାନିସ୍ତାନ ଚାଲିଯିବେ । ସେଠାରେ ଯାଏ ତାଙ୍କୁ ଆକ୍ରମଣ କରେ ତେବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବ । ଆଫଗାନିସ୍ତାନ ପାକିସ୍ତାନକୁ କୌଣସି ପରିସ୍ଥିତିରେ ଭୟ କରୁନାହିଁ । କାରଣ ସେମାନଙ୍କୁ ଲାଗୁଛି ଯେ ଆମେରିକା ହରାଇ ଦେଇଛନ୍ତି, ଆଉ ପାକିସ୍ତାନ ତାଙ୍କ ସାମ୍ନାରେ କିଛି ନୁହେଁ ।

ସିଷ୍ଟମରେ ସଙ୍କଟ
ପାକିସ୍ତାନରେ ସରକାରର ଯେଉଁ ପ୍ରଣାଳୀ ରହିଛି ସେଥିରେ ସ୍ଥିତି ସଙ୍ଗୀନ ରହିଛି । ସେଠାକାର ସେନା ଏହିଭଳି କାମ କରୁଛି ଯେଉଁଠି ଆଉ ସରକାର ସେମାନେ ଚଳାଉଛନ୍ତି । ପାକିସ୍ତାନ ଏ ଯେଉଁ ସ୍ଥିତି ରହିଛି ସେଠାରେ ଜଣେ ବ୍ୟକ୍ତି ସରକାର ଚଳାଉଛି, ଗୋଟିଏ ସେନା ସରକାର ଚଳାଉଛି, ଟିଟିପି ସେଠାରେ ସରକାର ଚଳାଉଛି ଆଉ ଏହି ସ୍ଥିତି ସମସ୍ତଙ୍କୁ ଚକିତ କରିଛି । ଏଭଳି ସ୍ଥିତିକୁ ସୁଧାରିବାର ଆବଶ୍ୟକତା ରହିଛି ।

ପରିଚୟ ସଙ୍କଟ
ପାକିସ୍ତାନର ଗୋଟିଏ ଗୋଷ୍ଠୀ ଏହିଭଳି ରହିଛନ୍ତି ଯେଉଁମାନେ ଚାହୁଁଛନ୍ତି ପାକିସ୍ତାନ ଏକ ଧର୍ମନିରପେକ୍ଷ, ଉଦାର ଲୋକତନ୍ତ୍ରର ଦେଶ ହେଉ । ଏଥିରେ ଭିନ୍ନ ଢଙ୍ଗରେ ଭାବିବାର ସ୍ୱାଧୀନତା ରହିଛି । କୌଣସି ବି ଧର୍ମ ବା ସଂସ୍କୃତିକୁ ମାନିବାର ସ୍ୱାଧୀନତା ରହୁ । ଆଉ ଗୋଟିଏ ଗୋଷ୍ଠୀ ରହିଛି ଯିଏ କଠୋର ଶରିଆ ଆଇନ ଲାଗୁ କରିବାକୁ ଚାହୁଁଛନ୍ତି । ଆଫଗାନିସ୍ତାନରେ ଯେଉଁଭଳି ସ୍ଥିତି ରହିଛି ତାହା ପାକିସ୍ତାନରେ ହେଉ ବୋଲି ସେମାନେ ଚାହୁଁଛନ୍ତି । ଯଦି ପାକିସ୍ତାନରେ ଟିଟିପିର ସରକାର ଆସେ ତେବେ ଏହା ପ୍ରଥମେ ଲାଗୁ କରାଯିବ ।

ପରିବେଶର ସଙ୍କଟ
ପ୍ରଫେସରଙ୍କ କହିବା କଥା ଯେ ଏହି ସବୁ ମାନବ ନିର୍ମିତ ସଙ୍କଟ ଠାରୁ ପରିବେଶର ସଙ୍କଟ ଅନେକ ଗୁଣରେ ବଢିବାରେ ଲାଗିଛି । ବାରମ୍ବାର ଆସୁଥିବା ବାତ୍ୟା, ବନ୍ୟା, ଭୂମିକମ୍ପ ଦେଶକୁ ତଳକୁ ତଳ ନେବାରେ ଲାଗିଛି । ଏହା ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅର୍ଥବ୍ୟବସ୍ଥା ଉପରେ ଏହାର ବଡ ପ୍ରଭାବ ପଡିଛି । ଚଳିତ ବର୍ଷ ଏହି ସବୁ କାରଣ ପାଇଁ ସଙ୍କଟର ସମୟ ରହିଛି ।