କନକ ବ୍ୟୁରୋ : ମହିଶୂର ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ଡକ୍ଟର ମହାଦେବ ଏ ଏସ ବି ଏମ୍ ବିଶ୍ଵବିଦ୍ୟାଳୟର ଦ୍ଵିତୀୟ କୁଳପତି ଭାବେ ନିଯୁକ୍ତି ପାଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କୁଳପତି ଚୟନ କମିଟି ଓ ଏ ଏସ ବି ଏମ୍ ବିଶ୍ଵବିଦ୍ୟାଳୟର ଅନୁମୋଦନ କ୍ରମେ ବିଶ୍ଵବିଦ୍ୟାଳୟର କୁଳାଧ୍ୟକ୍ଷ ପ୍ରଫେସର୍ ବିଶ୍ୱଜିତ୍ ପଟ୍ଟନାୟକ ଡକ୍ଟର୍ ମହାଦେବଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି।
ପ୍ରଫେସର୍ ମହାଦେବ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଭାଷା ଓ ସାହିତ୍ୟରେ ପି ଏଚ ଡି ତଥା ଏମ୍ ଫିଲ୍ ଡିଗ୍ରୀ ହାସଲ କରିଛନ୍ତି। ମହିଶୂର ବିଶ୍ଵବିଦ୍ୟାଳୟରେ ଦୀର୍ଘ ୩୩ ବର୍ଷର ଅଧ୍ୟାପନା କାଳରେ ସେ ଦୁଇ ଦଶନ୍ଧିରୁ ଅଧିକ ସମୟ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ସେହି ସମୟରେ ସେ ସିଣ୍ଡିକେଟ ସଦସ୍ୟ, ଡିନ ଓ ବିଭାଗୀୟ ମୁଖ୍ୟ ଭଳି ବହୁତ୍ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଟ୍ୟ କରିଛନ୍ତି।
ପ୍ରଫେସର ମହାଦେବ ଜଣେ ବିଶିଷ୍ଟ ଗବେଷକ ଏବଂ ତାଙ୍କ ତତ୍ତ୍ଵାବଧାନରେ ଚଉଦ ଜଣ ଗବେଷକ ପି ଏଚ୍ ଡି ହାସଲ କରିଛନ୍ତି। ତାଙ୍କର ଇଂରାଜୀ ତଥା କନ୍ନଡ଼ ଭାଷାରେ ଗଭୀର ଜ୍ଞାନ ରହିଛି ଏବଂ ଉଭୟ ଭାଷାରେ ସେ ହୋଲୋକଷ୍ଟ ସାହିତ୍ୟ ଉପରେ ଅନେକ କାମ କରିଛନ୍ତି। ଏହି ନିଯୁକ୍ତି ପାଇଁ ବିଶ୍ଵବିଦ୍ୟାଳୟର କୁଳାଧ୍ୟକ୍ଷ ପ୍ରଫେସର୍ ମହାଦେବଙ୍କୁ ଅଭିନନ୍ଦନ ଓ ସାଧୁବାଦ ଜଣାଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/0f822092-a384-46bb-98cc-2cf402410a0b.jpg)