କନକ ବ୍ୟୁରୋ: ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ୍ । ସାମ୍ବାଦିକାଙ୍କୁ ମାଡ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଭାବେ ଜାମିନ ଦେଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ।

Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଥା ଫିଲ୍ମ ପ୍ରିମିୟର ସମୟରେ ଶ୍ୱାତି କମ୍ବେ୍ଲକ୍ସରେ ମହିଳା ସାମ୍ବାଦିକାଙ୍କୁ ମାଡ ମାରିଥିବା ଟୁଟୁ ନାୟକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଖାରବେଳ ଥାନା ପୁଲିସ ଦ୍ୱାରା ଶନିବାରଠାରୁ ଗିରଫ ହୋଇ ଜେଲରେ ଥିଲେ ଟୁଟୁ ନାୟକ । ତାଙ୍କ ବିରୋଧରେ ଦଫା ୩୫୪, ୩୪୧, ୩୨୩ ଓ ୨୯୪ ଲାଗୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।