କନକ ବ୍ୟୁରୋ: ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ । ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ଗିରି ହୋଇଛନ୍ତି ଟୁଟୁ ନାୟକ । ଗତକାଲି ଅଭିଯୋଗ କରିଥିଲେ ମହିଳା ସାମ୍ବାଦିକ ଦେବସ୍ମିତା ରାଉତ । ଅଭିଯୋଗ ଆଧାରରେ ଆଜି ଥାନାରେ ହାଜର ହୋଇଥିଲେ ପ୍ରଯୋଜକ । ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା । ଥାନାରେ ପୋଲିସର ସ୍ୱତନ୍ତ୍ର ଟିମ୍ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି ପୋଲିସ । ସେପଟେ ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ । ଘଟଣା ସମ୍ପର୍କରେ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।
ଗିରଫ ହେଲେ ସିନେ ପ୍ରଯୋଜକ ଟୁଟୁ ନାୟକ । ସାମ୍ବାଦିକାଙ୍କୁ ମାଡ ଅଭିଯୋଗରେ ଗିରଫ କଲା ପୋଲିସ । ପଚରାଉଚରା ପରେ ଗିରଫ କଲା ଖାରବେଳନଗର ଥାନା ପୋଲିସ । ଗତକାଲି ସାମ୍ବାଦିକାଙ୍କୁ ମାଡ ମାରିବା ନେଇ ହୋଇଥିଲା ଅଭିଯୋଗ । #KanakNews#Odisha#SanjayNayakArrestpic.twitter.com/VPLj9rzTZ6
— Kanak News (@kanak_news) November 4, 2023
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/9-5.jpg)