ଥାନାରେ ହାଜର ହେଲେ ପ୍ରଯୋଜକ ଟୁଟୁ ନାୟକ ,  ଥାନା ଭିତରେ ପଚରାଉଚରା ଜାରି । ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ ଅଧ୍ୟକ୍ଷା ।

Advertisment
 ଥାନାରେ ହାଜର ହେଲେ ପ୍ରଯୋଜକ ଟୁଟୁ ନାୟକ ,  ଥାନା ଭିତରେ ପଚରାଉଚରା ଜାରି । ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ ଅଧ୍ୟକ୍ଷା ।

କନକ ବ୍ୟୁରୋ: ଅଭିଯୋଗ ପରେ ଥାନାରେ ହାଜର ହେଲେ ପ୍ରଯୋଜକ ଟୁଟୁ ନାୟକ । ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଟୁଟୁ ନାୟକଙ୍କୁ ଉଠାଇ ଆଣିଥିଲା ପୁଲିସ । ଥାନାରେ ତାଙ୍କୁ ପଚରାଉଚରା କରୁଛି ପୋଲିସ । ଶୁକ୍ରବାର ଜଣେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା ।

ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ମାମଲାରେ ବଢ଼ିଲା ଟୁଟୁ ନାୟକଙ୍କ ଅଡୁଆ । ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ  । ଏବଂ ଘଟଣା ସମ୍ପର୍କରେ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe