କନକ ବ୍ୟୁରୋ: ଅଭିଯୋଗ ପରେ ଥାନାରେ ହାଜର ହେଲେ ପ୍ରଯୋଜକ ଟୁଟୁ ନାୟକ । ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଟୁଟୁ ନାୟକଙ୍କୁ ଉଠାଇ ଆଣିଥିଲା ପୁଲିସ । ଥାନାରେ ତାଙ୍କୁ ପଚରାଉଚରା କରୁଛି ପୋଲିସ । ଶୁକ୍ରବାର ଜଣେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା ।
ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ମାମଲାରେ ବଢ଼ିଲା ଟୁଟୁ ନାୟକଙ୍କ ଅଡୁଆ । ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ । ଏବଂ ଘଟଣା ସମ୍ପର୍କରେ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/2-12.jpg)