କନକ ବ୍ୟୁରୋ: କାହା ପାଇଁ ସେ ବୁଲା ଷଣ୍ଢଟିଏ, ଆଉ କାହା ପାଇଁ ଯେମିତି ପରିବାରର ଜଣେ ସଦସ୍ୟ । ଆଉ ସେ ଯେତେବେଳେ ଆଖିବୁଜି ଆରପାରିକୁ ଚାଲିଗଲା, ଅନେକଙ୍କ ଆଖିରୁ ଲୁହ ଝରିଗଲା । ଆଉ ରୀତିନୀତି, ଶୋଭାଯାତ୍ରା ଅନୁଯାୟୀ ଅନ୍ତିମ ସଂସ୍କାର କଲେ ଲୋକ । ଭୋଳାର ଶେଷ ଯାତ୍ରାରେ ସାମିଲ ହେଲେ ଶହ ଶହ ଲୋକ । ଭୁବନେଶ୍ୱର ନୀଳାଦ୍ରିବିହାର ଡିଫେନ୍ସ କଲୋନି ଅଞ୍ଚଳର ସୁନାକର ସ୍ୱାଇଁ ଏକ ଷଣ୍ଢକୁ ପାଳି ଆସୁଥିଲେ, ଆଉ ଶ୍ରଦ୍ଧାରେ ତା’ ନାଁ ରଖିଥିଲେ ଭୋଲା । ହେଲେ ଭୋଳା ଆରପାରିକୁ ଚାଲିଯାଇଛି, ଆଉ ତାକୁ ଖାଲି ସୁନାକରଙ୍କ ପରିବାର ନୁହେଁ, ବରଂ ଅଂଚଳର ଅନେକ ଲୋକ ଝୁରୁଛନ୍ତି, ଆଉ ସମସ୍ତେ ଏକାଠି ହୋଇ ନିଜ ପ୍ରିୟର ଭୋଲାର ଅନ୍ତିମ ସଂସ୍କାର କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us