କାଦୁଅ ପଚପଚ ରାସ୍ତାରେ ଚାଲିଲେ ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳା, ଡଙ୍ଗା ଚଳାଇ ନଦୀ ପାର କଲେ ସ୍ୱାମୀ !

40

କନକ ବ୍ୟୁରୋ : ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଆଉ ଏକ ଚିତ୍ର । କାଦୁଅ ପଚପଚ ରାସ୍ତା ଚାଲିଲେ ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳା । ଭଦ୍ରକ ତିହିଡ଼ି ବ୍ଲକରେ ୫ଶହ ମିଟର କାଦୁଅ ରାସ୍ତା ଚାଲିବା ପରେ ନଦୀ ପାର ହୋଇ ଡାକ୍ତରଖାନାରେ ପହଂଚିଲେ ସାପକାତିଆ ଗାଁର ମହିଳା ଯଶୋଦା ଦାସ । ଯଶୋଦା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଗାଁରେ ପହଂଚି ପାରିନଥିଲା ଆମ୍ବୁଲାନ୍ସ । ତେଣୁ ଶାଶୁଙ୍କ କାନ୍ଧରେ ଭରା ଦେଇ କାଦୁଅ ରାସ୍ତା ଚାଲିବେ ପରେ ଗେଙ୍ଗୁଟି ନଦୀ ଘାଟରେ ପହଂଚିଥିଲେ । ସେଠାରୁ ସ୍ୱାମୀ ଅମୀୟ ଦାସ ନିଜେ ହୁଲି ଡଙ୍ଗା ଚଳାଇ ଯଶୋଦାଙ୍କୁ ଗେଙ୍ଗୁଟି ନଦୀ ପାର କରାଇ ଇଶ୍ୱରପୁର ରାସ୍ତାକୁ ଆଣିବା ପରେ ଜନନୀ ସୁରକ୍ଷା ଗାଡ଼ିରେ ଡାକ୍ତରଖାନାକୁ ନେଇଛନ୍ତି ।
ଭଦ୍ରକ ତିହିଡ଼ି ବ୍ଲକରେ ୫ଶହ ମିଟର କାଦୁଅ ରାସ୍ତା ଚାଲିବା ପରେ ନଦୀ ପାର ହୋଇ ଡାକ୍ତରଖାନାରେ ପହଂଚିଲେ ସାପକାତିଆ ଗାଁର ସ୍ତ୍ରୀ ଯଶୋଦା ଦାସ । ଯଶୋଦା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଗାଁରେ ପହଂଚି ପାରିନଥିଲା ଆମ୍ବୁଲାନ୍ସ । ତେଣୁ ଶାଶୁଙ୍କ କାନ୍ଧରେ ଭରା ଦେଇ କାଦୁଅ ରାସ୍ତା ଚାଲିବା ପରେ ଗେଙ୍ଗୁଟି ନଦୀ ଘାଟରେ ପହଂଚିଥିଲେ । ସେଠାରୁ ସ୍ୱାମୀ ଅମୀୟ ଦାସ ନିଜେ ହୁଲି ଡଙ୍ଗା ଚଳାଇ ଯଶୋଦାଙ୍କୁ ଗେଙ୍ଗୁଟି ନଦୀ ପାର କରାଇ ଇଶ୍ୱରପୁର ରାସ୍ତାକୁ ଆଣିବା ପରେ ଜନନୀ ସୁରକ୍ଷା ଗାଡ଼ିରେ ଡାକ୍ତରଖାନାକୁ ନେଇଛନ୍ତି ।

ପ୍ରସବ ବେଦନା ଅସହ୍ୟ ହେବାରୁ ତିହିଡ଼ି ମେଡ଼ିକାଲକୁ ନେବାକୁ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକେ । କାରଣ ଅଢେଇ କିଲୋମିଟର ନଦୀପଥ ଅତିକ୍ରମ କରି ୧୩ କିଲୋମିଟର ରାସ୍ତା ଯିବା ପରେ ମିଳିବ ଚିକିତ୍ସା । ଗାଁକୁ ରାସ୍ତାଟିଏ ନଥିବାରୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏଥିପ୍ରତି କେହି ନଜ ଦେଉନଥିବା ଅଭିଯୋଗ ହୋଇଛି ।