କନକ ବ୍ୟୁରୋ: ଯେଉଁ ବାରୁଦକୁ ବାଣ କରି ଭୋକ ମେଣ୍ଟାଉ ଥିଲେ ଆଜି ସେଇ ବାଣ ଉପରେ ଲାଗିଥିବା କଟକଣା ଅନେକଙ୍କୁ କନ୍ଦାଉଛି । ଅନେକ ପରିବାରଙ୍କ ମୁହଁରେ ହସ ଫୁଟାଉଥିବା ଫଟକା ଏଥର ଫୁଟିବନି ବୋଲି ସରକାର କହିବା ପରେ ଏବେ କାନ୍ଦୁଛନ୍ତି ବାଣ ବ୍ୟବସାୟୀ ଓ କାରୀଗର ।

Advertisment

କରୋନା ମୁକାବିଲା ପାଇଁ ଏଥର ଦୀପାବଳିରେ ବାଣ ଫୁଟାଇବାକୁ ନେଇ ରୋକ ଲଗାଇଛନ୍ତି ସରକାର । କିନ୍ତୁ କଟକଣା ଲଗାଇବା ପୂର୍ବରୁ ଏନେଇ ସୂଚନା ଦେଇଥିଲେ ଭଲ ହୋଇଥାନ୍ତା । ଏବେ ପ୍ରସ୍ତୁତ ହୋଇସାରିଥିବା ବାଣକୁ ନେଇ କ’ଣ କରିବେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବାଣ ପିପିଲି କାରିଗର ।

ତେବେ ପୂର୍ବ ବର୍ଷ ମାନଙ୍କରେ ଏହି କାରିଗର ମାନେ ତାଳ ଫଟୋକା, ଝର ଝରି, ଘଡ଼ି ଚକ୍ରୀ ଆଦି ବାଣକୁ ପ୍ରସ୍ତୁତ କରି ଦୁଇ ପଇସା ରୋଜଗାର କରୁଥିଲେ । ଏଥର କରୋନା ମହାମାରୀ ପାଇଁ ବିବାହ ବ୍ରତ, ଯାନିଯାତ୍ରା ଉପରେ ବି ହତାସ ହୋଇଥିବା ଜଟଣୀ ବାଣ ବେପାରୀ ଦୀପାବଳୀ ପାଇଁ ଉତ୍ସାହିତ ଥିଲେ କିନ୍ତୁ ସେଥିରେ ବି କରୋନାର କଳା ବାରୁଦ ଭରି ଗଲା ।

ସବୁଠାରୁ ବଡ଼ କଥା ହେଲା, କରୋନା ମୁକାବିଲା ପାଇଁ ସରକାର ନେଇଥିବା ପଦକ୍ଷେପକୁ ବାଣ ବ୍ୟବସାୟୀଠୁ କରିଗର ସ୍ୱାଗତ କରିଥିବାବେଳେ ତାଙ୍କ ଜୀବିକା ପାଇଁ ସରକାର କିଛି ପଦକ୍ଷେପ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ।