ସ୍ୱାଧୀନତାର ସାତ ଦଶନ୍ଧି ପରେ ବିକାଶର ସ୍ୱାଦ ଚାଖିନି 'ହୁଏରୀ' ଗାଁ । ଗଜପତି ଜିଲ୍ଲା ମୋହନା ବ୍ଲକରୁ ଆସିଲା ଆଦିବାସୀ ଲୋକଙ୍କ ଦୁଃଖର ଚିତ୍ର ।

Advertisment
ସ୍ୱାଧୀନତାର ସାତ ଦଶନ୍ଧି ପରେ ବିକାଶର ସ୍ୱାଦ ଚାଖିନି 'ହୁଏରୀ' ଗାଁ । ଗଜପତି ଜିଲ୍ଲା ମୋହନା ବ୍ଲକରୁ ଆସିଲା ଆଦିବାସୀ ଲୋକଙ୍କ ଦୁଃଖର ଚିତ୍ର ।

କନକ ବ୍ୟୁରୋ: ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ଅନେକ ଗ୍ରାମ ରହିଛି ଯେଉଁଠି ବିକାଶର ସ୍ୱାଦ ଚାଖିନାହାଁନ୍ତି ଗ୍ରାମବାସୀ । ଗାଁକୁ ଯିବାକୁ ପାଦଚଲା ରାସ୍ତାଟିଏ ବି ନଥିବା ହେତୁ ଅକଥନୀୟ ଦୁର୍ଦ୍ଦଶାରେ ପେସି ହେଉଛନ୍ତି ଲୋକେ । ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ କୁଢ କୁଢ ପ୍ୟାକେଜ ଘୋଷଣା କରି ବିକାଶ କରିଆସିଥିବା ନେଇ ବାଃ.. ବାଃ.. ନେଉଛନ୍ତି ସରକାର । ହେଲେ ଦୀପ ତଳ ଅନ୍ଧାର ସଦୃଶ୍ୟ ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ୟ୍ୟାଳୟ ଠାରୁ ଅତି ନିକଟରେ ଥିବା ହୁଏରୀ ଗାଁରେ ପାଦ ଥାପିପାରିନି ବିକାଶ ।

ଗଜପତି ଜିଲ୍ଲାର ମୋହନା ସହର ଉପକଣ୍ଠର ପାର୍ଶ୍ୱବର୍ତ୍ତୀ ପାହାଡି ଇଲାକାରେ ରହିଛି ବହୁ ପୁରାତନ ଗାଁ “ହୁଏରୀ”। ଗାଁରେ ୫୦ରୁ ଅଧିକ କୁଇ କନ୍ଧ ସଂପ୍ରଦାୟର ପରିବାର ଚାଷ ବାସ କରିଆସୁଥିବା ବେଳେ ଏହାର ଜନସଂଖ୍ୟା ତିନିଶହ। ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ପାହାଡ ପର୍ବତ ଘେରା ପଥୁରିଆ ରାସ୍ତା ଦେଇ ଯାତାୟତ କରନ୍ତି ଲୋକେ । ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଥିବା ଏହି ଗ୍ରାମବାସୀ ନିଜ ଭାଗ୍ୟକୁ ଆଦୋରୀ ରହି ଆସୁଛନ୍ତି।

ମୋହନା ପଂଚାୟତର ୬ ନମ୍ବର ୱାର୍ଡରେ ଥିବା ଏହି ଗାଁକୁ ରାସ୍ତା ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପିଇବା ପାଣିର ସମସ୍ୟା ରହିଛି । ଗାଁକୁ ନଳକୂପ ଗାଡି ଆସିପାରୁନଥିବାରୁ ବିଲମାଳ ଲାଣ୍ଡିଆ କୂଅର ଗୋଳିଆ ପାଣି ଲୋକଙ୍କ ଭରସା ପାଲଟିଛି। ସ୍ୱାସ୍ଥ୍ୟ ବ୍ୟବସ୍ଥା କୌଣସି ସୁବିଧା ନଥିବା ହେତୁ ଚେରମୂଳ ଉପଚାର ଉପରେ ନିର୍ଭରଶୀଳ ଏବଂ ଜରୁରୀ କାଳୀନ ପରିସ୍ଥିତିରେ ପାହାଡିଆ ଦୁର୍ଗମ ରାସ୍ତାରେ ରୋଗୀକୁ କାନ୍ଧେଇ ମୋହନା ନେବାକୁ ପଡିଥାଏ। ବାର୍ଦ୍ଦକ୍ୟ ଭତ୍ତା ହେଉ ଅବା ଟଙ୍କାଖିଆ ଚାଉଳ ଆଣିବା ଲୋକଙ୍କ ପାଖରେ କଷ୍ଟସାଧ୍ୟ ହୋଇପଡୁଛି । ରାସ୍ତାଟିଏ ପାଇଁ ଦାବି ହେଉଥିବା ବେଳେ ଭୋଟ ବେଳେ ରାଜନେତାମାନେ କେବଳ ପ୍ରତିଶ୍ରୁତି ଦେଇ ଚୁପ ବସୁଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe