କନକ ବ୍ୟୁରୋ : ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ । ଉଦଳା- ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଅସ୍ଥାୟୀ ଜାମୁଘାଟ ପୋଲ ଧୋଇଯାଇଛି । ତେଣୁ ଉଦଳା-ବାଲେଶ୍ୱର ଯୋଗାଯୋଗ ବାଧାପ୍ରାପ୍ତ ରହିଛି । ବିଳମ୍ବିତ ରାତିରେ ପୋଲଟି ଭାସିଯାଇଛି । ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା ହେଉଛି ।

Advertisment

ତେଣୁ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜାମୁଘାଟରେ ଥିବା ପୁରୁଣା ପୋଲ ଭାଙ୍ଗିଯାଇଥିବାରୁ ଏହି ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା । ଏବେ କିନ୍ତୁ ଅସ୍ଥାୟୀ ପୋଲ ଉପରେ ଦେଓ ନଦୀ ପାଣି ପ୍ରବାହିତ ହେବା ଫଳରେ ଧୋଇ ହୋଇଯାଇଛି । ଫଳରେ ଯୋଗାଯୋଗ ବିଛିନ୍ନ ହୋଇଛି ।