source : Motor1.com
ଫ୍ଲାଇଙ୍ଗ କାର ନିର୍ମାଣ କରୁଥିବା କମ୍ପାନୀ ସାମସନ୍ ସ୍କାଇର ଏକ ଉଡୁଥିବା କାରକୁ କମର୍ସିଆଲ ଲଂଚ ହେବା ପୂର୍ବରୁ ୮୦୦ରୁ ଅଧିକ ଗ୍ରାହକ ବୁକ୍ କରିଛନ୍ତି । ୨୪ଟି ଦେଶର ଏହି ୮୦୦ଜଣ ଗ୍ରାହକଙ୍କ ମଧ୍ୟରୁ ୪୬ଜଣ ଆମେରିକାର । କମ୍ପାନୀର ‘ସ୍ୱିଚବ୍ଲେଡ୍’ ନାମକ କାର ଆକାଶ ସହିତ ସ୍ଥଳ ଭାଗରେ ମଧ୍ୟ ଚାଲିପାରିବ । ଦାବି କରାଯାଏ କି, ଏହି କାର ୩୦୫ କିମି ପ୍ରତି ଘଣ୍ଟାର ସ୍ପିଡରେ ଉଡିପାରେ । ସାମସନ୍ ସ୍କାଇ ଏହି କାରରେ ଡେଣା ଓ ଦୁଇଜଣ ଲୋକଙ୍କ ବସିବାର ବ୍ୟବସ୍ଥା କରିଛି । ଏହା ଦେଖିବାକୁ ଷ୍ଟାଣ୍ଡାଡ୍ ଛୋଟ ଏରୋପ୍ଲେନ୍ ଭଳି ।
ଭୂଇଁରେ ଏହାର କ୍ରୁଜିଙ୍ଗ ସ୍ପିଡ୍ ୨୫୭ କିମି ପ୍ରତି ଘଣ୍ଟା ଓ ଟପ୍ ସ୍ପିଡ୍ ୨୦୧ କିମି ପ୍ରତି ଘଣ୍ଟା ହୋଇପାରେ । ସ୍ୱିଚବ୍ଲେଡ୍ ରେ ୪ ସିଲିଣ୍ଡରଯୁକ୍ତ ଇଂଜିନ୍ ଅଛି ଯାହା ଅଧିକତର ୧୯୦ ହର୍ଟଜପାୱାରର ଶକ୍ତି ଉତ୍ପନ୍ନ କରିବାରେ ସକ୍ଷମ ଅଛି । ସ୍ୱିଚବ୍ଲେଡ୍ କାରର ଉଡିବା ସମୟରେ ଏକ ବଡ ବାଧକ ଏହା ଯେ, ଏହାକୁ ଟେକ୍ ଅଫ୍ କରିବା ପାଇଁ ୧,୧୦୦ ଫୁଟ୍ ର ସ୍ଥାନ ଦରକାର ଓ ଓହ୍ଲାଇବା ପାଇଁ ଅତିକମ୍ ରେ ୧୬୦୦ ଫୁଟ୍ ର ସ୍ଥାନ ଦରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2018/09/samson-sky-switchblade-flying-car.jpg) 
                            
                        
                            
                            /kanak/media/post_attachments/wp-content/uploads/2018/09/Samson_Sky_Switchblade.5b62fdc05f893-300x169.jpg)