କନକ ବ୍ୟୁରୋ : ଅଭିନେତ୍ରୀ କରିନା କପୁର ଓ ଅମ୍ରିତା ଅରୋରା କରୋନା ସଂକ୍ରମିତ ହେବା ପରେ ବଢିଲା ଚିନ୍ତା । କରିନା କପୁରଙ୍କ ଘରକୁ ସିଲ୍ କଲା ବିଏମସି । ତାଙ୍କ ଘରକୁ ମଧ୍ୟ ସାନିଟାଇଜ୍ କରାଯାଇଛି । କରିନା କପୁରଙ୍କ ବିଲଡିଂରେ କୋଭିଡ୍ ଯାଂଚ ପାଇଁ ବିଏମ୍ସି ପକ୍ଷରୁ କ୍ୟାମ୍ପ କରାଯିବ ବୋଲି କୁହାଯାଇଛି । ସେହିପରି ଅମୃତା ଅରୋରାଙ୍କ ବିଲଡିଂରେ ମଧ୍ୟ କ୍ୟାମ୍ପ କରାଯିବ । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କୋଭିଡ୍ ଟେଷ୍ଟ କରାଯିବ । ଏମାନେ କରଣ ଜୋହରଙ୍କ ଡିନର ପାର୍ଟରେ ସାମିଲ ହୋଇଥିଲେ ।

Advertisment

ଏବେ ଏହି ଡିନର ପାର୍ଟି ହସ୍ପର୍ଟ ହୋଇପାରେ । କାରଣ କରିନା ଓ ଅମ୍ରିତାଙ୍କ ସହ ଫ୍ୟାସନ ଡିଜାଇନର ସୀମା ଖାନ୍ ଓ ମହୀପ କପୁର ମଧ୍ୟ ପଜିଟିଭ୍ ହୋଇଛନ୍ତି । ଏମାନେ ମଧ୍ୟ ସେହି ଡିନର ପାର୍ଟରେ ସାମିଲ ହୋଇଥିଲେ । ଡିସେମ୍ବର ୮ ତାରିଖରେ କରଣ ଜୋହରଙ୍କ ଡିନର ପାର୍ଟି ହୋଇଥିଲା । ଏଥିରେ ୨୦ରୁ ୨୫ ଜଣ ସାମିଲ ହୋଇଥିଲେ । କରିନା କପୁର ଓ ଅମ୍ରିତା ଅରୋରାଙ୍କ କଂଟାକ୍ଟ ଟ୍ରେସିଂ କରାଯାଉଛି । ଡିସେମ୍ବର ୮ ପରଠୁ ସେମାନେ କେଉଁଠିକୁ ଯାଇଥିଲେ ଓ କାହା ସହ ମିଶିଥିଲେ ସେନେଇ ମଧ୍ୟ ଯାଂଚ କରାଯାଉଛି । ଅନ୍ୟ ସେଲିବ୍ରିଟିମାନେ ମୁମ୍ବାଇର କେଉଁଠି ରହୁଛନ୍ତି ଓ ସେମାନେ କାହା ସଂସ୍ପର୍ଶରେ ଆସିଛନ୍ତି, ସେନେଇ ମଧ୍ୟ ଯାଂଚ କରୁଛି ବିଏମସି ।

ଡିନର ପାର୍ଟିରେ କରୋନା ବିସ୍ଫୋରଣ !

- କରିନା କପୁର କରୋନା ପଜିଟିଭ
- ଅମୃତା ଆରୋରା ବି କରୋନା ଆକ୍ରାନ୍ତ
- ମହିପ କପୁର, ସୀମା ଖାନ ବି ପଜିଟିଭ
- ଘରେ ସଙ୍ଗରୋଧରେ ଅଛନ୍ତି କରିନା
- କରିନାଙ୍କ ଘରକୁ ସିଲ କଲା ବିଏମସି
- ଡିନର ପାର୍ଟିରେ ଯୋଗ ଦେଇଥିଲେ ୨ ଅଭିନେତ୍ରୀ
- ସଂସ୍ପର୍ଶର୍ରେ ଆସିଥିବା ୧୫ରୁ ୨୦ ଜଣଙ୍କୁ ଚିହ୍ନଟ

କୁଆଡେ କୁଆଡେ ଯାଇଛନ୍ତି କରିନା, ଅମୃତା?
କରଣ ଜୋହରଙ୍କ ଘରେ ଡିନର ପାର୍ଟି

- କରଣ ଜୋହରଙ୍କ ଘରେ ଡିନର ପାର୍ଟିକୁ ଯାଇଥିଲେ ଦୁଇ ଅଭିନେତ୍ରୀ
- ‘କଭି ଖୁସି କଭି ଗମ୍’ ଫିଲ୍ମର ୨୦ ବର୍ଷ ପୂର୍ତ୍ତି ପାଇଁ ଥିଲା ଡିନର ପାର୍ଟି
- ପାର୍ଟିରେ ଉପସ୍ଥିତ ସୀମା ଖାନଙ୍କ ନିକଟରେ ଥିଲା ସାମାନ୍ୟ ଲକ୍ଷଣ
- ତାଙ୍କଠାରୁ କରିନା ଓ ଅମୃତା ସଂକ୍ରମିତ ହୋଇଥିବା ନେଇ ସନ୍ଦେହ
- କରୋନା ଆକ୍ରାନ୍ତ ହୋଇଥିବା ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଥିଲେ କରିନା
- କରୋନା ନିୟମ ଉଲ୍ଲଂଘନ କରିନଥିବା ଦାବି କଲେ କରିନାଙ୍କ ମ୍ୟାନେଜର

କେଉଁମାନେ କରନଙ୍କ ପାର୍ଟିରେ ସାମିଲ ହୋଇଥିଲେ ?
କରିନା କପୁର
ଅମୃତା ଆରୋରା
ସୀମା ଖାନ୍
ମହିପ କପୁର
କରିସ୍ମା କପୁର
ମଲାଇକା ଆରୋରା
ଅର୍ଜୁନ କପୁର
ମସାବା ଗୁପ୍ତା

କରିନାଙ୍କ ମୁଖପାତ୍ରଙ୍କ ବୟାନ
କରିନା କପୁର ପୁରା ଲକଡାଉନରେ ବେଶ ଦାୟିତ୍ୱବାନ ଥିଲେ । କରିନା ସବୁବେଳେ ତାଙ୍କ ଫିଲ୍ମ ଓ ଆଡ୍ ସୁଟିଂ ସମୟରେ ଲୋକଙ୍କୁ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଉଥିଲେ । ନିକଟରେ କରିନା ଓ ଅମୃତା କିଛି ଅନ୍ତରଙ୍ଗ ବନ୍ଧୁଙ୍କ ସହ ମିଶି ଡିନର ପାର୍ଟି କରିଥିଲେ । ଯେଉଁଠାରୁ ସେ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହା ଏକ ବଡ ଡିନର ପାର୍ଟି ନଥିଲା । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଏଥିରେ ସାମିଲ ହୋଇଥିବାବେଳେ ଜଣେ କାଶୁଥିଲେ ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିଲା । ତେଣୁ ସେହି ବ୍ୟକ୍ତି ନିଜେ ଦାୟିତ୍ୱବାନ ହୋଇ ଏହି ଡିନର ପାର୍ଟିକୁ ଆସିବାର ନଥିଲା । ଫଳରେ ଅନ୍ୟମାନେ ସଂକ୍ରମିତ ହୋଇନଥାନ୍ତେ । ତେଣୁ କରିନା ବେପରୁଆ ହୋଇପଡିଥିବା କହି ତାଙ୍କୁ ଦୋଷ ଦେବା ଠିକ ନୁହେଁ । ସେ ଜଣେ ଦାୟିତ୍ୱବାନ ନାଗରିକ, ଯାହାଙ୍କୁ ପରିବାରର ଚିନ୍ତା ରହିଛି ।