ଲଣ୍ଡନରେ ଖଲିସ୍ତାନ ସମର୍ଥକ କଲେ ଭାରତୀୟଙ୍କ ଉପରେ ଆକ୍ରମଣ, ପାକ୍ ର ହାତ ଥିବା ଅଭିଯୋଗ

137

ବିଟ୍ରେନରେ ରହୁଥିବା ଭାରତୀୟଙ୍କୁ ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ବାହାରେ ଆକ୍ରମଣ କରାଗଲା । ଶନିବାର ଦିନ ଉଚ୍ଚ ଆୟୋଗ ବାହାରେ ଛିଡା ହୋଇଥିବା ଭାରତୀୟଙ୍କ ଉପରକୁ ଖଲିସ୍ତାନୀ ସମର୍ଥକ ଆକ୍ରମଣ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ମାରପିଟ୍ କରାଯାଇଛି । ଖଲିସ୍ତାନ ସମର୍ଥକଙ୍କ ଏହି ଆକ୍ରମଣକୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଓ ବାଲାକୋଟରେ କରାଯାଇଥିବା ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ବିରୁଦ୍ଧରେ ଉଠୁଥିବା ସ୍ୱରକୁ ନେଇ ପ୍ରତିଶୋଧର ଭାବନା ରୂପେ ଦେଖାଯାଉଛି ।

ଏହା ସହିତ ହିଁ ଖଲିସ୍ତାନୀ ସମର୍ଥକଙ୍କୁ ପାକିସ୍ତାନ ଇଂଟେଲିଜେନ୍ସ ଏଜେନ୍ସି ଆଇଏସଆଇର ମଧ୍ୟ ସମର୍ଥନ ମିଳିଥିବା କଥା ସାମନାକୁ ଆସିଛି । ଆକ୍ରମଣ କରିଥିବା ଖଲିସ୍ତାନ ସମର୍ଥକ ଶିଖ ପଗଡି ପିନ୍ଧିଥିଲେ ଓ ନାରା-ଏ-ତକଦୀର ଓ ଅଲ୍ଲାହୁ ଅକବର ଭଳି ନାରା ମଧ୍ୟ ଲଗାଉଥିଲେ । ଶନିବାର ଦିନ ସନ୍ଧ୍ୟାରେ ଭାରତୀୟ ଉଚ୍ଚ ଆୟୋଗ ବାହାରେ ହୋଇଥିବା ଏହି ଆକ୍ରମଣ ସମୟରେ ଭାରତୀୟଙ୍କୁ ମାରପିଟ୍ କରାଗଲା । ଏହା ସହିତ ଭାରତ ବିରୋଧୀ ନାରା ମଧ୍ୟ ଦେଲେ । ଆକ୍ରମଣକାରୀଙ୍କ ହାତରେ ଖଲିସ୍ତାନର ଝଣ୍ଡା ମଧ୍ୟ ଥିଲା । ଯେତେବେଳେ ଏହି ଆକ୍ରମଣ କରାଗଲା, ସେହି ସମୟରେ ଭାରତୀୟ ଉଚ୍ଚ ଆୟୋଗ ବାହାରେ ନିଜର ନିଯୁ୍କ୍ତିର ଅପେକ୍ଷା କରୁଥିଲେ ।