ଟି-୨୦ରେ ବିଶ୍ୱକପରେ ଟଙ୍କା ବର୍ଷା: ବିଜୟୀ ଟିମ୍ ହେବେ ମାଲାମାଲ, କାହାକୁ ମିଳିବ କେତେ ଟଙ୍କା?

Advertisment
ଟି-୨୦ରେ ବିଶ୍ୱକପରେ ଟଙ୍କା ବର୍ଷା: ବିଜୟୀ ଟିମ୍ ହେବେ ମାଲାମାଲ, କାହାକୁ ମିଳିବ କେତେ ଟଙ୍କା?

କନକ ବ୍ୟୁରୋ: ପାଖେଇ ଆସୁଛି ସମୟ, ବଢୁଛି ଉତ୍କଣ୍ଠା । ଟି-୨୦ ବିଶ୍ୱକପକୁ ମାତ୍ର ଆଉ ଦିନ କେଇଟା । ଆଉ ଏବେଠୁ ଆରମ୍ଭ ହୋଇଗଲାଣି ଟି-୨୦ ବିଶ୍ୱକପକୁ ନେଇ କ୍ରେଜ । ସବୁ ଟିମ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି, ଦଳ ମଧ୍ୟ ଘୋଷଣା ସରିଲାଣି । ୨୦୨୨ର ଟାଇଟଲ ହାତେଇବା ପାଇଁ ଅକ୍ଟୋବର ୧୬ ତାରିଖରୁ ମୁହାଁମୁହିଁ ହେବେ ବିଶ୍ୱର ବଡ ବଡ ଦଳ । ତେବେ ଏହାରି ମଧ୍ୟରେ ଟି-୨୦ ବିଶ୍ୱକପ ପାଇଁ ପ୍ରାଇଜ ମନି ଘୋଷଣା ହୋଇଛି । ଆଉ ଏଥର ରନ ବର୍ଷା ସହ ବିଜେତା ଟିମଙ୍କ ଉପରେ ଟଙ୍କାର ବର୍ଷା ମଧ୍ୟ ହେବ ।

ଚଳିତ ବର୍ଷ ଟି-୨୦ ବିଶ୍ୱକପ ପାଇଁ ୪୫ କୋଟିରୁ ଅଧିକ ଟଙ୍କାର ପ୍ରାଇଜ ମନି ଘୋଷଣା ହୋଇଛି । ସମସ୍ତ ୧୬ ଟିମକୁ ଏହି ପ୍ରାଇଜ ମନି ମିଳିବ । ବିଭିନ୍ନ ହିସାବରେ ଏହି ଟଙ୍କାକୁ ସେମାନଙ୍କୁ ପୁରସ୍କାର ହିସାବରେ ଦିଆଯିବ । ଏମିତି କି ସୁପର ୧୨ରେ ହାରିଥିବା ୮ଟିମଙ୍କୁ ମଧ୍ୟ ୫୭ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ । ଏହି ରାଶି ଗତ ବର୍ଷ ୩୨ ଲକ୍ଷ ଟଙ୍କା ରହିଥିଲା । ହେଲେ ଚଳିତ ବର୍ଷ ଏହାକୁ ବଢାଇ ଦିଆଯାଇଛି । ସେହିପରି ଯେଉଁ ୪ଟିମ ପ୍ରଥମ ରାଉଣ୍ଡରେ ବାହାର ହୋଇଯିବ ତାଙ୍କୁ ମଧ୍ୟ ୩୨ ଲକ୍ଷ ଟଙ୍କା ଦିଆଯିବ । ଏହି ରାଉଣ୍ଡର ବିଜେତା ଟିମ ମଧ୍ୟ ୩୨ ଲକ୍ଷ ଟଙ୍କାର ପ୍ରାଇଜ ମନି ପାଇବେ । ତେବେ ଆସନ୍ତୁ ଜାଣିବା-

କାହାକୁ ମିଳିବ କେତେ ଟଙ୍କା?
ଚାମ୍ପିୟନ ଟିମକୁ ୧୩ କୋଟି ଟଙ୍କା
ରନର୍ସ ଅପ ଟିମକୁ ୬ କୋଟି ୫୨ ଲକ୍ଷ ଟଙ୍କା
ସେମିଫାଇନାଲିଷ୍ଟ ଟିମକୁ ୩ କୋଟି ୨୬ ଲକ୍ଷ ଟଙ୍କା
ସୁପର ୧୨ ବିଜେତା ଟିମକୁ ୩୨ ଲକ୍ଷ ଟଙ୍କା
ସୁପର ୧୨ରେ ବାହାର ହୋଇଥିବା ଟିମକୁ ୫୭ ଲକ୍ଷ ଟଙ୍କା
ପ୍ରଥମ ରାଉଣ୍ଡରେ ବିଜୟୀ ହେଲେ ୩୨ ଲକ୍ଷ ଟଙ୍କା
ପ୍ରଥମ ରାଉଣ୍ଡରୁ ଆଉଟ ହେଲେ ୩୨ ଲକ୍ଷ ଟଙ୍କା

ଆଇସିସି ଟି-୨୦ ବିଶ୍ୱକପ ସୁପର ୧୨ ପାଇଁ ୮ ଟିମର ଜାଗା ସୁରକ୍ଷିତ ରହିଛି । ଯେଉଁଥିରେ ରହିଛନ୍ତି ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା । ବାକି ୮ ଟିମଙ୍କୁ ପ୍ରଥମ ରାଉଣ୍ଡ ଖେଳିବାକୁ ହେବ । ଯେଉଁଥିରେ ରହିଛନ୍ତି, ନାମ୍ବିଆ, ଶ୍ରୀଲଙ୍କା, ନେଦରଲାଣ୍ଡ, ୟୁଏଇ, ୱେଷ୍ଟଇଣ୍ଡିଜ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ ଓ ଜିମ୍ବାୱେ । ଏହି ୮ ଟିମରୁ ୪ ଟିମ ସୁପର ୧୨ ପାଇଁ କ୍ୱାଲିଫାଇ କରିବେ ।

ଟି-୨୦ ବିଶ୍ୱକପରେ ଏଥର ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ । ଟାଇଟଲ ହାତେଇବା ପାଇଁ ବଡ ବଡ ଟିମ ନିଜର ଶକ୍ତି ଦେଖାଇବେ । ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଭାରତ ୨୩ ଅକ୍ଟୋବରରେ ନିଜ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ଭେଟିବ । ପାକିସ୍ତାନକୁ ହରାଇ ଭାରତ ନିଜ ବିଜୟ ଅଭିଯାନ ଆରମ୍ଭ କରିବା ପାଇଁ ଏବେଠୁ ରଣନୀତି ପ୍ରସ୍ତୁତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe