କନକ ବ୍ୟୁରୋ : ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ବଡ ଖୁଲାସ କରିଛି । ପ୍ରିୟବ୍ରତ ଓରଫ ଫୌଜି ଏହି ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେ ହିଁ ପୂରା ଷଡଯନ୍ତ୍ରର ନକ୍ସା ପ୍ରସ୍ତୁତ କରିଥିଲା । ପ୍ରିୟବ୍ରତ ଗୋଲ୍ଡି ବରାର ସମ୍ପର୍କରେ ରହି ହତ୍ୟା ପୂର୍ବରୁ ସମସ୍ତ ପ୍ଲାନ କରିଥଲା । କିଛି ସମୟ ପୂର୍ବରୁ ଫତେହଗଡର ଏକ ପେଟ୍ରୋଲ ପମ୍ପରେ ଥିବା ସିସିଟିଭିରେ ନଜର ଆସିଛନ୍ତି । ସେ ମଧ୍ୟ ଜଣେ ସୁଟର ଯିଏ ହତ୍ୟାରେ ସାମିଲ ରହିଛି । ପୋଲିସ ଏହା ନିକଟରୁ ହ୍ୟାଣ୍ଡଗ୍ରେନେଡ୍ ମଧ୍ୟ ଜବତ କରିଛି ।

Advertisment

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା ଗିରଫ ହୋଇଥବା ସୁଟର ଫୌଜିକୁ ସ୍ପେଶାଲ ସେଲ ପକ୍ଷରୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାକୁ ଜୁଲାଇ ୪ ଯାଏ ପୋଲିସ ହେପାଜତକୁ ପଠାଇଛନ୍ତି । ତିନି ଅଭିଯୁକ୍ତ ଫୌଜି, କଶିଶ, କେଶବକୁ କୋର୍ଟରେ ହାଜର କରାଯାଇଥିବା ବେଳେ ସମସ୍ତଙ୍କୁ ୧୪ ଦିନିଆ ପୋଲିସ ହେପାଜତକୁ ପଠାଯାଇଛି ।