ଲକ୍ଷ୍ମୀପୁରରେ ଜବରଦସ୍ତ ପ୍ରବେଶ ନେଇ ପ୍ରିୟଙ୍କାଙ୍କ ବିରୋଧରେ କେସ ରୁଜୁ କଲା ପୋଲିସ । ସୀତାପୁରରେ ଗିରଫ ହେଲେ ପ୍ରିୟଙ୍କା, ଗେଷ୍ଟ ହାଉସ ହେଲା ଅସ୍ଥାୟୀ ଜେଲ ।

120

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସାକାଣ୍ଡ ଘଟଣାକୁ ନେଇ ପୁଣି ଜୋର ଧରିଛି ରାଜନୀତି । ଲକ୍ଷ୍ମୀପୁର ଖେରିରେ ହିଂସାକାଣ୍ଡ ମୃତକଙ୍କ ପରିବାରକୁ ଭେଟିବାକୁ ବାହାରିଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଛି । ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ସୀତାପୁର ଗେଷ୍ଟ ହାଉସରେ ଅଟକ ରଖିବା ପରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି ସୀତାପୁର ପୋଲିସ । ୧୪୪ ଧାରା ଜାରି ଅଞ୍ଚଳରେ ଶାନ୍ତି ଭଙ୍ଗ ପାଇଁ ଉଦ୍ୟମ ଅଭିଯୋଗରେ ପ୍ରିୟଙ୍କାଙ୍କ ନାଁରେ ଏତଲା ଦାଏର ହୋଇଛି । ପ୍ରିୟଙ୍କା ମୃତକଙ୍କ ପରିବାରକୁ ଭେଟିବାକୁ ବାହାରିଥିବା ସମୟରେ ସୋମବାର ବଡି ଭୋରରେ ତାଙ୍କୁ ହରଗାଁଓ ନିକଟରେ ଅଟକ ରଖିଥିଲା ସୀତାପୁର ପୋଲିସ ।

  • ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ଘଟଣା
  • ସୀତାପୁରରେ ଅଟକ ପ୍ରିୟଙ୍କା ଗାନ୍ଧୀ ଗିରଫ
  • ଧାରା ୧୫୧, ୧୦୭ରେ ମାମଲା ରୁଜ୍ଜୁ
  • ପ୍ରିୟଙ୍କାଙ୍କ ସହ ଅନ୍ୟ ୧୧ ଜଣଙ୍କ ନାଁରେ ଏତଲା

ସୀତାପୁର ଗେଷ୍ଟ ହାଉସରେ ଗିରଫ ହୋଇ ରହିଥିବା କଂଗ୍ରେସ ମହାସଚିବଙ୍କ ଗୋଟିଏ ଭିଡିଓ ସେଆର କରିଛନ୍ତି, ଯେତେବେଳେ ମୋଦୀ ଆଜାଦୀ କା ଅମୃତ ମହୋତ୍ସବ ପାଇଁ ଲକ୍ଷ୍ନୌ ଗସ୍ତରେ ଅଛନ୍ତି । ଯାହା ୟୁପିରେ ଯୋଗୀ ସରକାରଙ୍କ ଅଡୁଆ ବଢାଇ ଦେଇଛି । ବିରୋଧୀ ଘେରିଛନ୍ତି କେନ୍ଦ୍ରକୁ । ସୀତାପୁର ଗେଷ୍ଟ ହାଉସ ଆଗରେ ସୋମବାର ଠାରୁ ଚାଲିଛି କଂଗ୍ରେସ କର୍ମୀଙ୍କ ପ୍ରତିବାଦ । ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରଶାସନ ମୁକ୍ତ ନକରିବା ଯାଏଁ ଏ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ସମର୍ଥକ ।  ପ୍ରିୟଙ୍କାଙ୍କ ଗିରଫଦାରୀ ସାମ୍ନାକୁ ଆସିବା ପରେ ବିଭିନ୍ନ ରାଜନେତାଙ୍କ ବୟାନ ସାମ୍ନାକୁ ଆସିଲାଣି । ସେପଟେ ଶିବସେନା ନେତା ସଂଜୟ ରାୱତ କହିଛନ୍ତି ଏପରି ଅବସ୍ଥାରେ ୟୁପି ସରକାର ବିରୋଧରେ , ବିରୋଧୀଙ୍କ ମିଳିତ ମଞ୍ଚର ଆବଶ୍ୟକତା ରହିଛି ।