କନକ ବ୍ୟୁରୋ : ମିଶନ ୨୦୨୪ ପାଇଁ କଂଗ୍ରେସ ଚଳାଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଉ ରାହୁଲ ଗାନ୍ଧୀଙ୍କ ସହ କର୍ଣ୍ଣାଟକ ମାଣ୍ଡ୍ୟାରେ ପଦଯାତ୍ରା କରିଛନ୍ତି । ଭାରତ ଯୋଡୋ ଯାତ୍ରାରେ ସୋନିଆ ସାମିଲ ହେବା ପରେ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

Advertisment

ପଦଯାତ୍ରାରେ ସୋନିଆ ସାମିଲ ହେବା କର୍ମୀଙ୍କ ମନୋବଳକୁ ବଢାଇଥିବା ବେଳେ ଆଜି ରାହୁଲଙ୍କ ସହ ଭାରତ ଯୋଡ ଯାତ୍ରାରେ ସାମିଲ ହେବେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କା ମହୀଶୂରରେ ପହଞ୍ଚି ସାରିଥିବା ବେଳେ ଆଜି ଭାରତ ଯୋଡ ଯାତ୍ରାରେ ସାମିଲ ହେବ । ଗତକାଲି ସୋନିଆ ଗାନ୍ଧୀ ପଦଯାତ୍ରା କରିବାବେଳେ କେତେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ପଦଯାତ୍ରା ବେଳେ ରାହୁଲ ଗାନ୍ଧୀ, ମାଆ ସୋନିଆଙ୍କ ଜୋତାର ଫିତା ବାନ୍ଧି ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି ।

ଭିଡିଓରେ ଦେଖାଯାଉଛି, ସୋନିଆ ପଦଯାତ୍ରା କରିବା ସମୟରେ ହଠାତ ତାଙ୍କ ଜୋତାର ଲେସ୍ ଖୋଲିଯାଇଛି । ଦଶହରାରେ ସ୍ଥାନୀୟ ମନ୍ଦିରରେ ପୂଜା କରିବା ପରେ ଗୁରୁବାର ପଦଯାତ୍ରାରେ ସାମିଲ ହୋଇଛନ୍ତିି । ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଆଦି ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି । ଏହାରି ଭିିତରେ ସେ ତାମିଲନାଡୁ, କେରଳ ଓ କର୍ଣ୍ଣାଟକର ପ୍ରାୟ ୭ଶହ କିଲୋମିଟର ପଦଯାତ୍ରା କରିସାରିଲେଣି ।