ପଶୁ ଚିକିତ୍ସକ ପ୍ରିୟଙ୍କା ରେଡ୍ଡୀଙ୍କୁ ନ୍ୟାୟ ଦେବା ପାଇଁ ସ୍ୱର ଉଠାଇଲା ସୋସିଆଲ୍ ମିଡିଆ ! ଟ୍ୱିଟରରେ ଟ୍ରେଣ୍ଡ୍ ହେଲା #JusticeForPriyankaReddy 

5,762

ପଶୁ ଚିକିତ୍ସକ ପ୍ରିୟଙ୍କା ରେଡ୍ଡୀଙ୍କ ମୃତ୍ୟୁ ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡରେ ରହିଛି । ପ୍ରିୟଙ୍କାଙ୍କୁ ନ୍ୟାୟ ଦେବା ପାଇଁ ସ୍ୱର ଉତ୍ତୋଳନ କରିଛି ସୋସିଆଲ୍ ମିଡିଆ । #JusticeForPriyankaReddy ମାଧ୍ୟମରେ ପ୍ରିୟଙ୍କାକୁ ନ୍ୟାୟ ଦେବା ପାଇଁ ଏକଜୁଟ୍ ହୋଇଛନ୍ତି ୟୁଜର୍ସ । ତେବେ ଘଟଣାଟି କିଛି ଏଭଳି , ବୁଧବାର ପଶୁଡାକ୍ତର ପ୍ରିୟଙ୍କା ରେଡ୍ଡୀ ହାଇଦ୍ରାବାଦର କୋଲ୍ଲୁର ସ୍ଥିତ ପଶୁଡାକ୍ତରକୁ ଯାଇଥିଲେ । ସେ ନିଜ ସ୍କୁଟିକୁ ଡାକ୍ତରଖାନା ବାହାରେ ପାର୍କ କରିଥିଲେ କିନ୍ତୁ ଫେରିବା ସମୟରେ ତାଙ୍କ ସ୍କୁଟି ପମ୍ପଚର ହେବା ଦେଖି ସେ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ବ୍ୟସ୍ତ ହୋଇପଡିଥିବା ପ୍ରିୟଙ୍କା ଭଉଣୀକୁ ଫୋନ୍ କରି ସମସ୍ୟା ବିଷୟରେ ଅବଗତ କରାଇଥିଲେ । ପ୍ରିୟଙ୍କାଙ୍କ ଭଉଣୀ ତାଙ୍କୁ ସେଠାରୁ ବାହାରି କ୍ୟାବରେ ଆସିବା ପାଇଁ ପରାମର୍ଶ ଦେଇଥିଲେ । ଯାହାପରେ ପ୍ରିୟଙ୍କା ଭଉଣୀଙ୍କୁ କିଛି ଲୋକ ସାହାର୍ଯ୍ୟ ମାଗିଥିବା କଥା କହି ପରେ ଫୋନ୍ କରିବାକୁ କହିଥିଲେ ଏବଂ ପରେ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଆସିଥିଲା ।

ଅନେକ ସମୟ ଧରି ପ୍ରିୟଙ୍କାଙ୍କ କୌଣସି ଖବର ନଥିବାରୁ ପରିଜନ ତାଙ୍କୁ ଖୋଜିବା ପାଇଁ ବାହାରିଥିଲେ ମଧ୍ୟ ନିରାଶ ହୋଇ ଘରକୁ ଫେରିଥିଲେ । ଶୁକ୍ରବାର ଅର୍ଥାତ୍ ଆଜି ସକାଳୁ ଶାଦନଗର ନିକଟରୁ ପ୍ରିୟଙ୍କାଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀରକୁ ଜବତ କରିଛି ପୋଲିସ୍ । ପ୍ରିୟଙ୍କାଙ୍କ ହତ୍ୟା ପରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୁଲିସ ଘଟଣାର ତଦନ୍ତ ଚଳାଇଛି । ଏବେ ସିସିଟିଭି ଫୁଟେଜ ପୁଲିସ ତଦନ୍ତର ସାହାରା ପାଲଟିଛି । ମିଳିଥିବା ସୂଚନାନୁସାରେ,ପ୍ରଥମେ ହତ୍ୟା ପରେ ମୃତ ଶରୀରରେ ନିଆଁ ଲଗାଇ ଦିଆଯାଇଥିବା କଥା ଅନୁମାନ କରାଯାଉଛି ।