ପରିବାର ଯୋଜନା କଲେଣି ନିକ୍ୟାଙ୍କା ! ନିକଟରେ ହୋଇଥିଲା ବିବାହ । 

Advertisment
ପରିବାର ଯୋଜନା କଲେଣି ନିକ୍ୟାଙ୍କା ! ନିକଟରେ ହୋଇଥିଲା ବିବାହ । 

Harper's Bazaar

ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ତାଙ୍କର ପ୍ରେମିକ ନିକ୍ ଜୋନସ ଯୋଧପୁରରେ ବିବାହ କରିଥିଲେ। ଏହି ବାହାଘର ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ୍ ରୀତିରେ ଆୟୋଜିତ ହୋଇଥିଲା। ପ୍ରିୟଙ୍କା ଓ ନିକ ଦିଲ୍ଲୀରେ ଏକ ରିସେପସନ୍ ପାର୍ଟି ଦେଇଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ।

publive-image

ବିବାହ ପରେ ନିକ୍ ଭାରତରେ ପ୍ରାୟ ୧୫ ଦିନ ଯାଏଁ ରହିଥିଲେ। ସେ ଦୁହେଁ ଈଶା ଅମ୍ବାନିଙ୍କ ପ୍ରି ଓ୍ଵଡିଂ ପାର୍ଟି ଓ ବିବାହ ଉତ୍ସବରେ ମଧ୍ୟ ଯୋଗଦେଇଥିଲେ। ତା’ପରେ ଏହି ନବବିବାହିତ ଦଂପତି ଓମାନରେ ହନିମୁନ୍ ମନାଇଥିଲେ। ଏବେ ନିକ୍ ଜୋନ୍ସ ଆମେରିକା ଫେରିଯାଇଛନ୍ତି। ଏଇ ନିକଟରେ ନିକ୍ଙ୍କର ଏକ ସାକ୍ଷାତକାର ସମସ୍ତଙ୍କ ସାମ୍ନାକୁ ଆସିଛି। ସେଥିରେ ସେ ସୂଚନା ଦେଇଛନ୍ତି ଯେ ଶୀଘ୍ର ପିତା ହେବା ତାଙ୍କର ସ୍ୱପ୍ନ। ପ୍ରିୟଙ୍କାଙ୍କୁ ଶିଶୁମାନେ ବହୁତ ଭଲ ଲାଗନ୍ତି। ଏଣୁ ସେ ଆଶାବୀଦ ଯେ ସେ ନିଜର ପିଲାମାନଙ୍କ ସହିତ ସମସ୍ତଙ୍କ ସାମ୍ନାକୁ ଆସିବେ। ପ୍ରିୟଙ୍କା କିଛିଦିନ ତଳେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଏକାଧିକ ପିଲାଙ୍କର ମାଆ ହେବାକୁ ଚାହାଁନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା-ନିକ୍ ଆଗାମୀ ଡିସେମ୍ବର ୧୯ ଓ ୨୦ ତାରିଖରେ ମୁମ୍ବାଇରେ ଦୁଇଟି ରିସେପସନ୍ ପାର୍ଟି ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe