କନକ ବ୍ୟୁରୋ: ଖୁବଶୀଘ୍ର କର୍ଣ୍ଣାଟକରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ଏବେଠୁ ରଣନୀତି ପ୍ରସ୍ତୁତ କରିବାକୁ ଲାଗିଲାଣି କଂଗ୍ରେସ । କିପରି ବିରୋଧୀଙ୍କୁ ହଟାଇ କ୍ଷମତାକୁ ଆସିବ ସେଥିପାଇଁ ଭୋଟରଙ୍କୁ ବିଭିନ୍ନ ପ୍ରତିଶୃତି ଦେବା ଆରମ୍ଭ ହୋଇଗଲାଣି । କର୍ଣ୍ଣାଟକରେ କଂଗ୍ରେସ ସପକ୍ଷରେ ଜନମତ ସଂଗ୍ରହ ପାଇଁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ନୂଆ ପ୍ରତିଶୃତି ଦେଇଛନ୍ତି ।

Advertisment

ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ କଂଗ୍ରେସ ମାସକୁ ୨୦୦୦ ଟଙ୍କା ଲେଖାଏଁ ଦେବାକୁ ପ୍ରତିଶୃତି ଦେଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ସାଧାରଣ ସଭାରେ କହିଛନ୍ତି ଯେ ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ ତେବେ ଗୃହଲକ୍ଷ୍ମୀ ଯୋଜନା ଅଧୀନରେ ଗୋଟିଏ ବର୍ଷରେ ୨୪୦୦୦ ଟଙ୍କା ସିଧାସଳଖ ମହିଳାଙ୍କ ଆକାଉଣ୍ଟକୁ ପଠାଯିବ।

ସୂଚନା ମୁତାବକ, ଯେ ଚଳିତ ବର୍ଷ ମେ ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। ସେହିପରି ପ୍ରିୟଙ୍କା ଏହି ଜନସଭାରେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଜ୍ଝ ସେ ରାଜ୍ୟ ସରକାରଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣି କହିଛନ୍ତି ଯେ ପରିସ୍ଥିତି ଅତ୍ୟନ୍ତ ଲଜ୍ଜାଜନକ ହୋଇଯାଇଛି । ଚାକିରି ଦେବା ପାଇଁ ରାଜ୍ୟ ମନ୍ତ୍ରୀମାନେ ୪୦ ପ୍ରତିଶତ କମିଶନ ନିଅନ୍ତି। ରାଜ୍ୟରେ ଜନତାଙ୍କର ୧.୫ ଲକ୍ଷ କୋଟି ଟଙ୍କା ଲୁଟ୍ ହୋଇଛି । କଂଗ୍ରେସ ନେତ୍ରୀ କହିଛନ୍ତି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ମହିଳାଙ୍କ ପାଇଁ ପୃଥକ ଭାବେ ଏକ ଇସ୍ତାହାର ଜାରି କରାଯିବ।