କନକ ବ୍ୟୁରୋ : ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି । ଏହା ସହ ହାତରୁ ଚାଲିଯାଇଛି କେରଳର ୱାୟନାଡ଼ ଲୋକସଭା ଆସନ ୨୦୧୯ ମସିହାରେ ୪ଲକ୍ଷ ଭୋଟ ପାଇ ବିଜୟ ହାସଲ କରିଥିଲେ ରାହୁଲା । ଏବେ ଚର୍ଚ୍ଚା ହେଉଛି ଏହି ଆସନ ପାଇଁ ଖୁବ ଶିଘ୍ର ହେବ ଉପନିର୍ବାଚନ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଲଢିପାରନ୍ତି । ମାନହାନି ମାମଲାରେ ଯଦି ରାହୁଲଙ୍କୁ ଆଶ୍ୱସ୍ତି ନମିଳେ ତେବେ ଉପନିର୍ବାଚନ ପ୍ରିୟଙ୍କା ଲଢିବେ ବୋଲି ନୂଆ ଚର୍ଚ୍ଚା ହେଉଛି ।

Advertisment

ଏହି ଚର୍ଚ୍ଚା ସେହି ସମୟରେ ଜୋର ଧରିଥିଲା ଯେତେବେଳେ ମଙ୍ଗଳବାର ଉଭୟ ରାହୁଲ ଓ ପ୍ରିୟଙ୍କା ଏକାଠି ମିଶି କେରଳରେ ପହଁଚିଥିଲେ ଓ ରାହୁଲଙ୍କ ପୂର୍ବତନ ନିର୍ବାଚନୀ କ୍ଷେତ୍ର ୱାୟନାଡାରେ ବିଶାଳ ରୋଡ ଶୋ କରିଥିଲେ । ଜନସଭାକୁ ସମ୍ବେ।।ଧିତ କରିବା ସମୟରେ ଭାବବିହ୍ୱଳ ହୋଇପଡିଥିଲେ ପ୍ରିୟଙ୍କା । ରାହୁଲ ଜଣେ ସଚ୍ଚୋଟ ମଣିଷ ଓ ସତ କହୁଥିବାରୁ ମୋଦି ସରକାର ତାଙ୍କୁ ଟାର୍ଗେଟ କରୁଛ୍ତି । ସେପଟେ ରାହୁଲ କହିଥିଲେ ତାଙ୍କ ବିରୋଧରେ ଯେତେ ଷଡଯନ୍ତ୍ର କରାଗଲେ, ହଇରାଣ କଲେ ଓ ପଦପଦବୀ ଛଡାଇନେଲେ ମଧ୍ୟ ସେ ସତ କହିବେ । ଦଳ ଏଭଳି ଯଦି କିଛି ବଡ ନିଷ୍ପତି ନେବ ତେବେ ତାହାଙ୍କ କୋର୍ଟଙ୍କ ନିଷ୍ପତି ଆସିବା ପରେ ନେବ ବୋଲି ସ୍ପଷ୍ଟ ହୋଇଛି ।