ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା ଗାନ୍ଧି । ବେଙ୍ଗାଲୁରୁରେ ଜନସଭାକୁ ସମ୍ବୋଧନ କରି କହିଲେ, ନୈତିକତା ହରାଇଛନ୍ତି ମୋଦୀ ।

73

କନକ ବ୍ୟୁରୋ: ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । କିଛି ଦିନ ତଳେ ମୋଦି କହିଥିଲେ, ମହିଳାଙ୍କ ସୁନା ନେଇ କଂଗ୍ରେସ ସାଧାରଣ ଲୋକଙ୍କୁ ବାଂଟିଦେବ । ଆଉ ଦେଶର ସମ୍ପତ୍ତିିରେ ସଂଖ୍ୟାଲଘୁ ମୁସଲମାନଙ୍କ ପ୍ରଥମ ଅଧିକାର ରହିଛି ବୋଲି ମନମୋହନ ସିଂଙ୍କ କଥାକୁ ଉଦ୍ଧାର କରି ମୋଦି କଂଗ୍ରେସକୁ ଟାର୍ଗେଟ କରିଥିଲେ । ଆଉ ଏହାର ପାଲଟା ଜବାବ ଦେଇଛନ୍ତି ପ୍ରିୟଙ୍କା ।

ସାଧାରଣ ସଭାକୁ ସମ୍ବୋଧିକ କରି ପ୍ରିୟଙ୍କା କହିଛନ୍ତି, ସବୁପ୍ରକାରର ନୈତିକତା ହରାଇଛନ୍ତି ମୋଦି । ସେ ପ୍ରଶ୍ନ କରିଛନ୍ତି, ଦେଶରେ ୫୫ ବର୍ଷ କଂଗ୍ରେସ ସରକାର ଥିବାବେଳେ ଲୋକଙ୍କ ସୁନା ଓ ମଙ୍ଗଳସୁତ୍ର ଛଡାଇନେଇଛି କି? ଯୁଦ୍ଧ ବେଳେ ଇନ୍ଦିରା ଗାନ୍ଧି ଦେଶକୁ ଧନସମ୍ପତ୍ତିି ଦେଇଥିଲେ । ଦେଶ ପାଇଁ ତାଙ୍କ ମା’ ସୋନିଆ ତାଙ୍କ ମଙ୍ଗଳସୁତ୍ରକୁ ଉତ୍ସର୍ଗ କରିଦେଇଥିଲେ । ୧୦ ବର୍ଷର ଶାସନରେ ବିଜେପି ଦେଶକୁ ଭୁଲବାଟକୁ ନେଇଛି ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।