କୋଭିଡକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ପ୍ରିୟଙ୍କା ।କହିଲେ ଦେଶର ଜନତା ଆଖିରେ ଲୁହ, ପ୍ରଚାର ମଂଚରେ ହସୁଛନ୍ତି ମୋଦି ।

ରାହୁଲଙ୍କ ଟୁଇଟ୍, ଟିକାକରଣ ନୀତି ନୋଟବନ୍ଦୀଠୁ କମ ନୁହେଁ 

142

କନକ ବ୍ୟୁରୋ: ସମ୍ବାଦ ସରବରାହ ସଂସ୍ଥାକୁ ଏଏନଆଇକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଦେଶରେ ଅକ୍ସିଜେନର ଅଭାବ, ଶଯ୍ୟାର ଅଭାବ, ଟିକାର ଅଭାବ, ରେମଡିସିଭରର ଅଭାବକୁ ପ୍ରସଙ୍ଗ କରି କେନ୍ଦ୍ରକୁ ଘେରିଛନ୍ତି । ଅନ୍ୟପଟେ ବିଜେପି କହିଛି କିଛି କହିବା ଆଗରୁ ନିଜକୁ ଦେଖନ୍ତୁ ପ୍ରିୟଙ୍କା ।

ସେପଟେ ରାହୁଲଗାନ୍ଧୀ ଟୁଇଟ କରି ଲେଖିଛନ୍ତି, କୋଭିଡ ଟିକାକରଣକୁ ନୋଟବନ୍ଦୀ ଠାରୁ କମ ନୁହେଁ । ସାଧାରଣ ଲୋକ ଧାଡିରେ ଲାଗିବେ, ଧନ, ସ୍ୱାସ୍ଥ୍ୟ ଓ ଜୀବନ ହରାଇବେ । ହେଲେ ଶେଷରେ କିଛି ଉଦ୍ୟୋଗପତି ଫାଇଦାରେ ରହିବେ । ସେହିପରି ସିରମ ଇନଷ୍ଟିଚ୍ୟୁଟର ଟୁଇଟକୁ ଟାଗ କରି ରାହୁଲ ଲେଖିଛନ୍ତି । ଦେଶ ବିପତିରେ ଥିବା ସମୟରେ ମୋଦି ମିତ୍ରଙ୍କୁ ସୁଯୋଗ କେନ୍ଦ୍ରର ବଡ ଅନ୍ୟାୟ ।  କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରାଉ କରୁଛନ୍ତି । କରୋନାର ବେକାବୁ ସ୍ଥିତିକୁ ଦେଖି କେନ୍ଦ୍ରକୁ ସିଧା ସଳଖ ଟାର୍ଗେଟ ବି କରୁଛନ୍ତି । ଆଉ କରୋନା ମୁକାବିଲା ପାଇଁ କେନ୍ଦ୍ରର ରଣନୀତିକୁ କଟାକ୍ଷ ମଧ୍ୟ କରୁଛନ୍ତି ।