ଭାଇଙ୍କ ପାଇଁ ଭଉଣୀଙ୍କ କସରତ । ଆମେଠିରେ ସ୍ମୃତି ଓ ମୋଦିଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା, ଭାଇ ରାହୁଲଙ୍କ ପାଇଁ କଲେ ପ୍ରଚାର ।

88

କନକ ବ୍ୟୁରୋ : ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡିବ । ଆଉ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ସରଗରମ ହୋଇଛି ଉତ୍ତରପ୍ରଦେଶ ରାଜନୀତି । ଆଜି ଆମେଠିରେ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଭାଇ ରାହୁଲ ଗାନ୍ଧିଙ୍କ ସପକ୍ଷରେ ପ୍ରଚାର କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ମୃତି ଇରାନୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରିୟଙ୍କା । ଆଜି ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରିୟଙ୍କା କହିଛନ୍ତି, ଉତ୍ତରପ୍ରଦେଶରେ ଲୋକମାନେ କେଉଁଭଳି ଭାବେ ସମସ୍ୟା ସବୁ ସାମ୍ନା କରୁଛନ୍ତି ସେ ତାହାର ପ୍ରତ୍ୟେକ୍ଷଦର୍ଶୀ । ବିଜେପି ଆମେଥିର ଲୋକଙ୍କୁ ବିକାଶ ନାମରେ ଠକିଛି ବୋଲି ପ୍ରିୟଙ୍କା ଅଭିଯୋଗ ଆଣି ସ୍ମୃତିଙ୍କ ଉପରେ କମ୍ପିଛନ୍ତି ।

ସେ ଭାଇ ରାହୁଲଙ୍କ ସପକ୍ଷ ନେଇ କହିଛନ୍ତି ଯେ ‘ନିର୍ବାଚନ କାରଣରୁ ଅନେକ ବାହାର ଲୋକ କହୁଛନ୍ତି ଯେ ରାହୁଲ ଗାନ୍ଧୀ ଆମେଥି ଆସନ୍ତି ନାହିଁ । ମାତ୍ର ସତ କଥା ଆପଣମାନେ ନିଜେ ଜାଣନ୍ତି । ସ୍ମୃତି ଇରାନୀ ଜୀ ଯେଉଁ ଏଠାକୁ ଆସୁଛନ୍ତି ତାହା ଆପଣମାନଙ୍କ ପାଇଁ ନୁହେଁ, ସେ ଆସନ୍ତି କେବଳ ରାହୁଲଙ୍କୁ ଅପମାନିତ କରିବା ପାଇଁ ।’ କେବଳ ସ୍ମୃତି ଇରାନୀଙ୍କୁ ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବି ବର୍ଷିଛନ୍ତି ପ୍ରିୟଙ୍କା । ସେ କହିଛନ୍ତି, ‘ନିକଟରେ ମୁଁ ବାରଣାସୀ ଯାଇଥିଲି । ଲୋକଙ୍କୁ ପଚାରିଲି କି ପ୍ରଧାନମନ୍ତ୍ରୀ କେତେ ଥର ଏଠାକୁ ଆସିଛନ୍ତି । ସେମାନେ ମୋତେ ଉତ୍ତର ଦେଲେ କି ଗତ ୫ ବର୍ଷ ଭିତରେ ମୋଦୀ ଥରେ ବି ବାରଣାସୀର କୌଣସି ଗାଁକୁ ଯାଇନାହାନ୍ତି ।’