ଭାଇଙ୍କ ଆସନରେ ଭଉଣୀଙ୍କ ରଣହୁଙ୍କାର ! ୱାଇନାଡରେ ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା, କହିଲେ ଦେଶବାସୀଙ୍କୁ ଧୋକା ଦେଇଛନ୍ତି ମୋଦି ।

119

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କ ରଣହୁଙ୍କାର । ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସ ମହାସଚିବ । ଭାଇ ରାହୁଲଙ୍କ ଆସନରୁ ବିଜେପିକୁ କଲେ ଟାର୍ଗେଟ୍ । ନିର୍ବାଚନ ପାଇଁ କଂଗ୍ରେସ ଜୋରଦାର ପ୍ରଚାର ଚଳାଇଥିବା ବେଳେ ଆଜୀି କେରଳର ୱାଇନାଡ ଆସନରେ ଦମ ଦେଖାଇଛନ୍ତି ପ୍ରିୟଙ୍କା । ଭାଇ ରାହୁଲ ଗାନ୍ଧି ଏହି ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଭଉଣୀ ପ୍ରିୟଙ୍କା ତାଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । ସୂଚନା ଅନୁଯାୟୀ, କେରଳର ୱାଇନାଡ ଆସନରେ ପ୍ରିୟଙ୍କା ଅନେକ ଜନସଭାକୁ ସମ୍ଭୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

i

ତେବେ ଆଜି ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ । ପ୍ରିୟଙ୍କା କହିଛନ୍ତି, ମୋଦି ସରକାର ଦେଶବାସୀଙ୍କୁ ଧୋକା ଦେଇଛନ୍ତି । ୨୦୧୪ ନିର୍ବାଚନ ସମୟରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିନାହିଁ । ଏହା ସହ ଅନେକ ପ୍ରସଙ୍ଗ ଉଠାଇ ବିଜେପିକୁ ଘେରିଛନ୍ତି ପ୍ରିୟଙ୍କା । ୱାଇନାଡରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ଆସନ୍ତା ୨୩ ତାରିଖରେ ମତଦାନ ହେବାକୁ ଥିବା ବେଳେ, ଆମେଠୀ ସମେତ ଏହି ଆସନରୁ ଏଥର ନିର୍ବାଚନ ଲଢୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

୨୦୧୯ ନିର୍ବାଚନର ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ବାକି ରହିଛି ୫ଟି ପର୍ଯ୍ୟାୟ ନିର୍ବାଚନ । ଆଉ ମତଦାନ ପୂର୍ବରୁ ରାଜନୈତିକ ଦଳ ଗୁଡିକ ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ତେଜିବାରେ ଲାଗିଛି । ନିର୍ବାଚନରେ ବିଜୟ ନେଇ ସମସ୍ତେ ଦମ୍ଭୋକ୍ତି ବାଢୁଥିବା ବେଳେ, ଅପେକ୍ଷା ଆସନ୍ତା ମେ ମାସ ୨୩ ତାରିଖକୁ, ଯେତେବେଳେ ସ୍ପଷ୍ଟ ହୋଇଯିବ ଜନମତ କାହା ସପକ୍ଷରେ ଯାଉଛି । କାହାକୁ ଭସରୁଛନ୍ତି ଭୋଟର ଆଉ ସରକାର ଗଢିବାରେ କିଏ ହେଉଛି ସଫଳ ?