ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସାମ୍ନାରେ ପିଲାମାନେ ଦେଲେ ପ୍ରଧାନମନ୍ତ୍ରୀଙ୍କୁ ଗାଳି ! ଟ୍ୱିଟରରେ ଭିଡିଓ ପୋଷ୍ଟ୍ କରି ପ୍ରିୟଙ୍କାଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ ।

954

ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପୁରଣ ହୋଇସାରିଛି ଏବେ ଲଢେଇ ପଞ୍ଚମ ଚରଣର । ୬ ମେ କୁ ହେବାକୁ ଥିବା ମତଦାନରେ ଅନେକ ଭିଆଇପି ସିଟ୍ ରେ ଭୋଟ୍ ପକାଯିବ । ଯେଉଁଥିରେ ୟୁପିର ଅମେଠି ମଧ୍ୟ ରହିଛି । ଏଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ଭଉଣୀ ପ୍ରିୟଙ୍କା ରାଲି କରୁଛନ୍ତି । ତେବେ ଏବେ ସୋସିଆଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଠି ପ୍ରିୟଙ୍କାଙ୍କ ଆଗରେ ଛୋଟ ଛୋଟ ପିଲାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାଳି କରୁଛନ୍ତି । ଏହି ଭିଡିଓ ଉପରେ ଅନେକ ବିବାଦ ଏବେ ସୃଷ୍ଟି ହୋଇସାରିଛି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହା ଉପରେ ଏବେ ଆପତ୍ତି ଉଠାଇଛନ୍ତି ।

 

ସ୍ମୃତି ଇରାନୀ ବୁଧବାର ଏହି ଭିଡିଓ ପୋଷ୍ଟ୍ କରି ଟ୍ୱିଟ୍ କରି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ କେତେ କ’ଣ ସହିବାକୁ ପଡୁଛି । କ’ଣ ଏହି ଭିଡିଓରେ ଦେଖି ଆପଣଙ୍କୁ ଭଲ ଲାଗୁଛି? ଏହି ଭିଡିଓରେ ପ୍ରିୟଙ୍କାଙ୍କ ସାମ୍ନାରେ କିଛି ଛୋଟ ପିଲା ପ୍ରଧାନମନ୍ତ୍ରୀଙ୍କୁ ଚୌକିଦାର ଚୋର୍ ହେ କହିବା ସହ ଗାଳି କରୁଥିବାର ନଜର ଆସୁଛନ୍ତି । ତେବେ ପ୍ରିୟଙ୍କା ଏହି ଭିଡିଓର କିଛି ସମୟ ପରେ ପିଲାମାନଙ୍କୁ ଏଭଳି ଭାଷା ପ୍ରୟୋଗ କରିବା ପାଇଁ ମନା ମଧ୍ୟ କରିଛନ୍ତି । ପିଲାଙ୍କୁ ପ୍ରିୟଙ୍କା କହୁଛନ୍ତିି ଯେ ଏଭଳି ଭାଷା କୁହନାହିଁ ଏହା ଠିକ୍ ନୁହେଁ । ଏହାପରେ ପିଲାମାନେ ରାହୁଲ ଗାନ୍ଧୀ ଜିନ୍ଦାବାଦ୍ ର ନାରା ଲଗାଉଛନ୍ତି ।