କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସୁସାଇଡ୍ ସମ୍ବନ୍ଧୀୟ ଏକ ଜୋକକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି ପ୍ରିୟଙ୍କା । କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ଯେଉଁମାନେ ତାଙ୍କ ଜୋକକୁ ନେଇ ହସୁଛନ୍ତି, ସେମାନେ ମାନସିକ ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ନେଇ ଉପହାସ କରିବା ବଦଳରେ ନିଜକୁ ଅଧିକ ଶିକ୍ଷିତ କରିବା ଆବଶ୍ୟକ ।

Advertisment

ବୁଧବାର ଏକ ଟିଭି ଚ୍ୟାନେଲରେ ମୋଦୀ କହିଥିଲେ, ଜଣେ ପ୍ରଫେସର ତାଙ୍କ ଝିଅର ସୁସାଇଡ୍ ନୋଟ୍ ପଢ଼ିବା ବେଳେ ମନ୍ତବ୍ୟ କରିଥିଲେ ଯେ ସେଥିରେ ଗୋଟିଏ ବନାନ ଭୁଲ୍ ରହିଯାଇଛି । ଏତେ ବର୍ଷ ଧରି ଝିଅକୁ ପଢ଼ାଇବାରେ ସେ କଠିନ ପରିଶ୍ରମ କରିଥିଲେ ମଧ୍ୟ ତାଙ୍କ ଝିଅ ବନାନ ଭୁଲ୍ କରୁଛି । ପ୍ରଧାନମନ୍ତ୍ରୀଙ୍କ ଏଭଳି ଜୋକକୁ ବିରୋଧ କରି ପ୍ରିୟଙ୍କା ଟ୍ୱିଟ୍ କରିଛନ୍ତି ।