ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀଙ୍କ ମହାପଞ୍ଚାୟତ । କହିଲେ, ନୂଆ କୃଷି ଆଇନ ଦ୍ୱାରା ହତାଶ ହେବେ ଚାଷୀ ।

101

କନକ ବ୍ୟୁରୋ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତରପ୍ରଦେଶ ବିଜନୋରରେ ପହଁଚିଛନ୍ତି । ବିଜନୋର ମହାପଂଚାୟତକୁ ସମ୍ବୋଧିତ କରି ପ୍ରିୟଙ୍କା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଦେଶଭକ୍ତ ଓ ଦେଶଦ୍ରୋହଙ୍କୁ ଚିହ୍ନିବାରେ ଭୁଲ କରୁଛନ୍ତି । ନୂଆ କୃଷି ଆଇନକୁ ବିରୋଧ କରି ପ୍ରିୟଙ୍କା କହିଛନ୍ତି ଏହି ନୂଆ ଆଇନ ମୋଦି ସରକାରଙ୍କ ପୁଂଜିପତି ବନ୍ଧୁଙ୍କ ପାଇଁ । ସେମାନଙ୍କୁ ଏହି ଆଇନ ଲାଭ ଦେବ କିନ୍ତୁ ହତାଶ ହେବେ ଚାଷୀ । ୩ କୃଷି ଆଇନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଲଗାତାର ଟାର୍ଗେଟ କରୁଛି କଂଗ୍ରେସ । ଏଥିସହ ଚାଷୀଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ ଚାଷୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛି କଂଗ୍ରେସ । ୩ କୃଷିକୁ ଆଇନକୁ ବିରୋଧ କରି କଂଗ୍ରେସ ଜୟ କିଷାନ ଜୟ ଜବାନ ଅଭିଯାନ ଆରମ୍ଭ କରିଛି । କେବଳ ଉତ୍ତରପ୍ରଦେଶରେ ୨୭ଟି ଜିଲ୍ଲାରେ ପହଁଚି ଚାଷୀଙ୍କ ସମର୍ଥନରେ ରାଲି କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ ।