ଲାଲୁ ଯାଦବଙ୍କ ସମର୍ଥନରେ ପ୍ରିୟଙ୍କା ଗାନ୍ଧୀ, ବିଜେପିକୁ ନେଇ କହିଲେ ଏଭଳି କଥା

Advertisment
ଲାଲୁ ଯାଦବଙ୍କ ସମର୍ଥନରେ ପ୍ରିୟଙ୍କା ଗାନ୍ଧୀ, ବିଜେପିକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଆରଜେଡି  ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ପୁଣିଥରେ ଜେଲ ଯିବାକୁ ପଡିଛି । ଗୋ ଖାଦ୍ୟ ଦୁର୍ନିତୀ ମାମଲାରେ ଜେଲରୁ ମୁକୁଳିବାର ମାତ୍ର କେଇଟା ଦିନ ପରେ ପୁଣି ସମାନ ମାମଲାରେ ତାଙ୍କୁ ଜେଲ ଯିବାକୁ ପଡିଛି । ହେଲେ ସେ ଜେଲ ଯିବା ପରେ ଏବେ ତାଙ୍କ ସମର୍ଥନରେ ବାହାରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏନେଇ ପ୍ରିୟଙ୍କା ଗାନ୍ଧୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି, ଯେଉଁମାନେ ବିଜେପି ବିରୋଧରେ ସ୍ୱର ଉଠାଉଛନ୍ତି ସେମାନଙ୍କୁ ଜାଣିଶୁଣି ହଇରାଣ କରାଯାଉଛି । ଏହାସହ ବିଜେପି ଆଗରେ ମୁଣ୍ଡ ନ ନୁଆଁଇବାରୁ ଲାଲୁଙ୍କୁ ପୁଣି ଜେଲ ଯିବାକୁ ପଡିଛି ବୋଲି ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ୍ କରିଛନ୍ତି ।

ପ୍ରିୟଙ୍କା ଗାନ୍ଧୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଟ୍ୱିଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି କି ବିଜେପି ରାଜନୀତିର ଏହା ଏକ ପ୍ରକ୍ରିୟା କି ଯେଉଁମାନେ ସେମାନଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ମନା କରିବେ ସେମାନଙ୍କୁ ପ୍ରତାଡିତ କରାଯିବ । ଏହି କ୍ରମରେ ଲାଲୁ ଯାଦବଙ୍କୁ ପ୍ରତାଡିତ କରାଯାଉଥିବା କଥା ସେ ଅଭିଯୋଗ କରିଛନ୍ତି ।

କହିରଖୁ କି ଫେବୃଆରୀ ୧୫ ତାରିଖରେ ଲାଲୁ ଯାଦବକଙ୍କୁ ୧୩୯ କୋଟି ଟଙ୍କାର ଡୋରଣ୍ଡୋ କୋଷାଗାର ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହି ମାମଲାରେ ୨୧ ଫେବୃଆରୀ ଦିନ ଦଣ୍ଡ ବିଧାନ କରିବେ ମାନ୍ୟବର କୋର୍ଟ । ୨୬ ବର୍ଷ ଧରି ଚାଲିଥିବା ଏହି ମାମଲାର ଶୁଣାଣି ବେଳେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଅଭିଯୋଗକାରୀଙ୍କ ତରଫରୁ ୫୭୫ ଜଣ ସାକ୍ଷୀଙ୍କୁ ଜେରା କରିଥିଲା । ଏହାସହ ଲାଲୁ ଯାଦବଙ୍କ ତରଫରୁ ୨୫ ଜଣ ସାକ୍ଷୀଙ୍କୁ ଜେରା କରିଥିବା ସିବିଆଇ ସ୍ୱତନ୍ତ୍ର କୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe