କନକ ବ୍ୟୁରୋ : ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ପୁଣିଥରେ ଜେଲ ଯିବାକୁ ପଡିଛି । ଗୋ ଖାଦ୍ୟ ଦୁର୍ନିତୀ ମାମଲାରେ ଜେଲରୁ ମୁକୁଳିବାର ମାତ୍ର କେଇଟା ଦିନ ପରେ ପୁଣି ସମାନ ମାମଲାରେ ତାଙ୍କୁ ଜେଲ ଯିବାକୁ ପଡିଛି । ହେଲେ ସେ ଜେଲ ଯିବା ପରେ ଏବେ ତାଙ୍କ ସମର୍ଥନରେ ବାହାରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏନେଇ ପ୍ରିୟଙ୍କା ଗାନ୍ଧୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି, ଯେଉଁମାନେ ବିଜେପି ବିରୋଧରେ ସ୍ୱର ଉଠାଉଛନ୍ତି ସେମାନଙ୍କୁ ଜାଣିଶୁଣି ହଇରାଣ କରାଯାଉଛି । ଏହାସହ ବିଜେପି ଆଗରେ ମୁଣ୍ଡ ନ ନୁଆଁଇବାରୁ ଲାଲୁଙ୍କୁ ପୁଣି ଜେଲ ଯିବାକୁ ପଡିଛି ବୋଲି ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ୍ କରିଛନ୍ତି ।
ପ୍ରିୟଙ୍କା ଗାନ୍ଧୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଟ୍ୱିଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି କି ବିଜେପି ରାଜନୀତିର ଏହା ଏକ ପ୍ରକ୍ରିୟା କି ଯେଉଁମାନେ ସେମାନଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ମନା କରିବେ ସେମାନଙ୍କୁ ପ୍ରତାଡିତ କରାଯିବ । ଏହି କ୍ରମରେ ଲାଲୁ ଯାଦବଙ୍କୁ ପ୍ରତାଡିତ କରାଯାଉଥିବା କଥା ସେ ଅଭିଯୋଗ କରିଛନ୍ତି ।
भाजपा की राजनीति का ये अहम पहलू है कि जो भी उनके सामने झुकता नहीं है, उसको हर तरह से प्रताड़ित किया जाता है।
लालू प्रसाद यादव जी पर इसी राजनीति के चलते हमला किया जा रहा है। मुझे आशा है कि उन्हें न्याय जरूर मिलेगा।
— Priyanka Gandhi Vadra (@priyankagandhi) February 18, 2022
କହିରଖୁ କି ଫେବୃଆରୀ ୧୫ ତାରିଖରେ ଲାଲୁ ଯାଦବକଙ୍କୁ ୧୩୯ କୋଟି ଟଙ୍କାର ଡୋରଣ୍ଡୋ କୋଷାଗାର ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହି ମାମଲାରେ ୨୧ ଫେବୃଆରୀ ଦିନ ଦଣ୍ଡ ବିଧାନ କରିବେ ମାନ୍ୟବର କୋର୍ଟ । ୨୬ ବର୍ଷ ଧରି ଚାଲିଥିବା ଏହି ମାମଲାର ଶୁଣାଣି ବେଳେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଅଭିଯୋଗକାରୀଙ୍କ ତରଫରୁ ୫୭୫ ଜଣ ସାକ୍ଷୀଙ୍କୁ ଜେରା କରିଥିଲା । ଏହାସହ ଲାଲୁ ଯାଦବଙ୍କ ତରଫରୁ ୨୫ ଜଣ ସାକ୍ଷୀଙ୍କୁ ଜେରା କରିଥିବା ସିବିଆଇ ସ୍ୱତନ୍ତ୍ର କୋର୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/45-1.jpg)