ବିଜେପି ଗଡରେ ମୋଦିଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଆକ୍ରମଣ : କହିଲେ, ନେହେରୁ-ଇନ୍ଦିରାଙ୍କ କାମର ହିସାବ ମାଗୁଥିବା ନେତା ୫ ବର୍ଷରେ କରିଛନ୍ତି କ’ଣ

205

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଶ୍ନବାଣ । ୟୁପିର ଗାଜିଆବାଦରେ ଏହି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା । ସେ କହିଛନ୍ତି ନେହେରୁ ଓ ଇନ୍ଦିରାଙ୍କ କାମ ନେଇ ହିସାବ ମାଗୁଥିବା ନେତା ୫ ବର୍ଷରେ କଣ କରିଛନ୍ତି ତାହ ହିସାବ ଦିଅନ୍ତୁ । ଗତକାଲି ୟୁପିର ଗାଜିଆବାଦରେ ରୋଡ ଶୋ କରିଥିଲେ । ଆଉ କହିଥିଲେ, ବାରାଣାସୀରେ ପ୍ରଧାନମନ୍ତ୍ରୀ କେବଳ ରୋଡ ଶୋ କରୁଛନ୍ତି ଓ ଲୋକଙ୍କ ସମସ୍ୟା ଶୁଣୁନାହାନ୍ତି । ସେ କେବଳ ଭାଷଣ ଦେବାକୁ ଆସୁଥାନ୍ତି ।

ଜାପାନ ଗଲେ, ପାକିସ୍ତାନ ଗଲେ, ପୁରା ଦୁନିଆ ବୁଲିଲେ କିନ୍ତୁ ଆପଣ ଦେଖିଛନ୍ତି ସେ କେବେ ବାରାଣାସୀ ଲୋକଙ୍କ ସହ କାନ୍ଧଙ୍କୁ କାନ୍ଧ ମିଳେଇବାର । ବାରଣାସୀ ଗସ୍ତବେଳେ ଲୋକେ ତାଙ୍କୁ ଏଭଳି କହିଥିବା କହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଗତ କିଛି ଦିନ ହେଲା ୟୁପିରେ ପ୍ରଚାର ବେଳେ ମୋଦିଙ୍କୁ ଆକ୍ରମଣ କରୁଛନ୍ତି ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କାଙ୍କୁ ପୂର୍ବ ୟୁପିର ଦାୟିତ୍ୱ ଦିଆଯାଇଛି । ଆଉ ସେ ଏଥିପାଇଁ ଜୋରସୋରରେ ପ୍ରଚାର ଚଳାଇଛନ୍ତି ।